କନକ ବ୍ୟୁରୋ: ହରିୟାଣାର ମଙ୍ଗ ପୁଣି ଧରିବେ ନାୟବ ସିଂ ସୈନୀ । ବୁଧବାର ତାଙ୍କ ନାଁରେ ମୋହର ବାଜିବା ପାରେ ଗୁରୁବାର ସେ ଶପଥ ନେବେ ।  ତେବେ ଏହାରି ଭିତରେ ଚର୍ଚ୍ଚା ସାଉଁଟିଛନ୍ତି ୪ ମହିଳା ଚେହେରା । ଯେଉଁମାନଙ୍କୁ ସୈନୀଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିପାରେ । ଏମାନଙ୍କ ମଧ୍ୟରେ ସବୁଠୁ ଆଗରେ ଅଛନ୍ତି ସାବିତ୍ରୀ ଜିନ୍ଦଲ, ଯିଏକି ଦେଶର ସବୁଠୁ ଧନୀ ମହିଳା ।

Advertisment

ସାବିତ୍ରୀ ଜିନ୍ଦଲ

  • ହିସାରରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ଜିତିଛନ୍ତି
  • ସାବିତ୍ରୀ ପୂର୍ବରୁ ଦୁଇଥର ବିଧାୟିକା ରହିସାରିଛନ୍ତି
  • ଭୂପେନ୍ଦ୍ର ସିଂ ହୁଡ୍ଡାଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ମଧ୍ୟ ଥିଲେ
  • କୁରୁକ୍ଷେତ୍ରର ବିଜେପି ସାଂସଦ ନବୀନ ଜିନ୍ଦଲଙ୍କ ମା’ ସାବିତ୍ରୀ 
  • ଲୋକସଭା ନିର୍ବାଚନ ଉଭୟ ମା’ ଓ ପୁଅ କଂଗ୍ରେସର ଇସ୍ତଫା ଦେଇ ବିଜେପିରେ ସାମିଲ
  • ବିଜେପି ଟିକେଟ ନମିଳିବାରୁ ସାବିତ୍ରୀ ହିସାରର ଆସନରୁ ସ୍ବାଧୀନଭାବେ ଲଢ଼ିଥିଲେ
  • ବିଧାନସଭା ନିର୍ବାଚନରେ ବିଜେପି ଖୁବ କମ ବ୍ୟବଧାନରେ ଶାସନ କ୍ଷମତାକୁ ଫେରିଛି
  • ବିଜେପି ଏବେ ସାବିତ୍ରୀଙ୍କୁ ମନ୍ତ୍ରିପଦ ଦେଇ ସନ୍ତୁଷ୍ଟ କରିବାକୁ ଚାହୁଁଥାଇପାରେ

ଶ୍ରୁତି ଚୌଧୁରୀ

  • ବିଜେପି ଟିକେଟରେ ତୋଷମ ଆସନ ଜିତିଛନ୍ତି
  • କଂଗ୍ରେସର ପୂର୍ବତନ ସଭ୍ୟ ହେଲେ ଶ୍ରୁତି ଚୌଧୁରୀ
  • ପୂର୍ବତନ ମୁଖ୍ୟମନ୍ତ୍ରୀ ବଂଶୀଲାଲଙ୍କ ନାତୁଣୀ
  • ବିଜେପିର ବରିଷ୍ଠ ନେତ୍ରୀ କିରଣ ଚୌଧୁରୀଙ୍କ ଝିଅ
  • ମନ୍ତ୍ରିମଣ୍ଡଳରେ ସାମିଲ ପାଇଁ ଶ୍ରୁତି ଅନ୍ୟତମ ଦାବିଦାର

କ୍ରିଷ୍ଣା ଘାଲୱାତ

  • ଅନ୍ୟତମ ଦାବିଦାର ବିଜେପିର ପୁରୁଖା ବିଧାୟିକା  କ୍ରିଷ୍ଣା ଘାଲୱାତ
  • ୧୯୯୬ରେ ମନ୍ତ୍ରୀପଦ ତୁଲାଇଛନ୍ତି
  • କ୍ରିଷ୍ଣା ଏଥରକ ଜାଠ ଅଧୁଷିତ ରାୟ ଆସନରୁ ଜିତିଛନ୍ତି
  • ସୋନପଥ, ରୋହତକ ଓ ଝାଜରାରେ ଦଳର ପ୍ରଭାବ ବଢ଼ାଇବାକୁ ଚାହୁଁଛି ଦଳ
  • ତେଣୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇପାରେ

ଆରତି ରାଓ

  • ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂଙ୍କ ଝିଅ ଆରତି ରାଓ
  • ଖୁବ କମ ଭୋଟ ବ୍ୟବଧାନରେ ଅଟେଲି ଆସନରୁ ନିର୍ବାଚିତ
  • ରେକର୍ଡ ସଂଖ୍ୟକ ୧୫ଥର  ନ୍ୟାସନାଲ ସୁଟିଂ ଚାମ୍ପିୟନ ଜିତିଛନ୍ତି
  • ଆରତିଙ୍କୁ ସାମିଲ କରି ବିଜେପି ଆଥଲେଟମାନଙ୍କ ଅସନ୍ତୋଷକୁ ପ୍ରଶମିତ କରିବାକୁ ଚେଷ୍ଟା କରିବ