ଲଘୁ ଖଣିଜ ସମ୍ପଦ ପାଇଁ ଆସିଲା ନୂଆ ମାର୍ଗଦର୍ଶିକା : ଏମ୍‌ଏସ୍‌ପି ଆଧାରରେ ମିଳିବ ବାଲି ଓ ପଥର

Advertisment

ଓଡ଼ିଶାରେ ଲଘୁ ଖଣିଜ ସମ୍ପଦ ପାଇଁ ନୂଆ ନିୟମ, ଏଣିକି ନିଲାମ ନୁହେଁ 'ଇ-ଲଟେରୀ' ମାଧ୍ୟମରେ ମିଳିବ ଖଣି ଲିଜ୍ । ରାଜ୍ୟରେ ବାଲି, ପଥର, ମୋରମ ଭଳି ଲଘୁ ଖଣିଜ ସମ୍ପଦ ସୁପରିଚାଳନା ଏବଂ କଳାବଜାରୀ ରୋକିବା ପାଇଁ ଓଡ଼ିଶା ସରକାର ଏକ ବୈପ୍ଳବିକ ପଦକ୍ଷେପ ଗ୍ରହଣ କରିଛନ୍ତି । '

ଓଡ଼ିଶାରେ ଲଘୁ ଖଣିଜ ସମ୍ପଦ ପାଇଁ ନୂଆ ନିୟମ, ଏଣିକି ନିଲାମ ନୁହେଁ 'ଇ-ଲଟେରୀ' ମାଧ୍ୟମରେ ମିଳିବ ଖଣି ଲିଜ୍ । ରାଜ୍ୟରେ ବାଲି, ପଥର, ମୋରମ ଭଳି ଲଘୁ ଖଣିଜ ସମ୍ପଦ ସୁପରିଚାଳନା ଏବଂ କଳାବଜାରୀ ରୋକିବା ପାଇଁ ଓଡ଼ିଶା ସରକାର ଏକ ବୈପ୍ଳବିକ ପଦକ୍ଷେପ ଗ୍ରହଣ କରିଛନ୍ତି । '

32

Photograph: (kanaknews)

କନକବ୍ୟୁରୋ  : ଓଡ଼ିଶାରେ ଲଘୁ ଖଣିଜ ସମ୍ପଦ ପାଇଁ ନୂଆ ନିୟମ, ଏଣିକି ନିଲାମ ନୁହେଁ 'ଇ-ଲଟେରୀ' ମାଧ୍ୟମରେ ମିଳିବ ଖଣି ଲିଜ୍। ରାଜ୍ୟରେ ବାଲି, ପଥର, ମୋରମ ଭଳି ଲଘୁ ଖଣିଜ ସମ୍ପଦ ସୁପରିଚାଳନା ଏବଂ କଳାବଜାରୀ ରୋକିବା ପାଇଁ ଓଡ଼ିଶା ସରକାର ଏକ ବୈପ୍ଳବିକ ପଦକ୍ଷେପ ଗ୍ରହଣ କରିଛନ୍ତି । 'ଓଡ଼ିଶା ଲଘୁ ଖଣିଜ ରିହାତି (ସଂଶୋଧନ) ନିୟମାବଳୀ, ୨୦୨୫ ଅଧୀନରେ ନୂତନ କାର୍ଯ୍ୟକାରୀ ମାର୍ଗଦର୍ଶିକା ଜାରି କରାଯାଇଛି  । ଏହି ନୂତନ ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜସ୍ୱ ବୃଦ୍ଧି ଅପେକ୍ଷା ବଜାରରେ ଖଣିଜ ଦ୍ରବ୍ୟର ସଠିକ୍ ଯୋଗାଣ ଏବଂ ଦର ନିୟନ୍ତ୍ରଣ କରିବା   ।

ଅଧିକ ପଢନ୍ତୁ... ଋଷଠୁ ତେଲ ନକିଣିବା ଭାରତ ପାଇଁ ପଡ଼ିବ ମହଙ୍ଗା

ଏହି ମାର୍ଗଦର୍ଶିକା ଅନୁଯାୟୀ....

ସରିଲା ଲଘୁ ଖଣି ନିଲାମ ଯୁଗ 
ବନ୍ଦ ହେବ ଖୋଲା ନିଲାମ ପ୍ରକ୍ରିୟା 
'ଇ-ଲଟେରି' ମାଧ୍ୟମରେ କରାଯିବ ଖଣି ବଣ୍ଟନ 
ବେଆଇନ ଖନନ ରୋକିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି
ସୁଲଭ ମୂଲ୍ୟରେ ମିଳିବ ବାଲି ଓ ପଥର 
ଏନେଇ ସରକାର 'ସର୍ବାଧିକ ବିକ୍ରୟ ମୂଲ୍ୟ' ବା MSP ଧାର୍ଯ୍ୟକରିବେ 
କୌଣସି ବି ଖଣି ମାଲିକ ନିର୍ଦ୍ଧାରିତ ମୂଲ୍ୟରୁ ଅଧିକ ଦରରେ ସାମଗ୍ରୀ ବିକ୍ରି କରିପାରିବେ ନାହିଁ
ଲିଜ୍ ସୀମା ଉପରେ କଟକଣା
ଏକାଧିକ ଖଣିକୁ ଜଣେ ବ୍ୟକ୍ତି ବା ପରିବାର କବଜା କରି ପାରିବେନି
ଜଣେ ଆବେଦନକାରୀ ଗୋଟିଏ ଜିଲ୍ଲାରେ ସର୍ବାଧିକ ୩ଟି ଖଣି ରଖିପାରିବେ
ରାଜ୍ୟରେ ସର୍ବାଧିକ ୫ଟି ଖଣିର ମାଲିକ ହୋଇପାରିବେ ଜଣେ ବ୍ୟକ୍ତି
ସମଗ୍ର ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ପାଇଁ ସ୍ବତନ୍ତ୍ର ପୋର୍ଟାଲ୍ ବ୍ୟବସ୍ଥା 
ଖଣି ଚିହ୍ନଟଠାରୁ ଆରମ୍ଭ କରି ଟ୍ରାଞ୍ଜିଟ୍ ପାସ୍ ପର୍ଯ୍ୟନ୍ତ ସବୁକିଛି ଅନଲାଇନ୍ ହେବ।  
ଖଣି ମାଲିକମାନେ ସରକାରଙ୍କୁ ରୟାଲଟି ଓ ଅତିରିକ୍ତ ଶୁଳ୍କ ଦେବେ 
ଖଣି ଉତ୍ତୋଳନ କରନ୍ତୁ ବା ନକରନ୍ତୁ, ସର୍ବନିମ୍ନ ଗ୍ୟାରେଣ୍ଟି ପରିମାଣ ଉପରେ ଶୁଳ୍କ ଦେବେ 
ସକାରଙ୍କ ଧାର୍ଯ୍ୟ ଏମ୍‌ଏସ୍‌ପି ଠାରୁ ଅଧିକ ମୂଲ୍ୟରେ ବିକିଲେ ଗଣିବାକୁ ପଡ଼ିବ ତଣ୍ଡ
ସେମାନଙ୍କ ଉପରେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯିବ
ବାରମ୍ବାର ନିୟମ ଉଲ୍ଲଙ୍ଘନ କଲେ ଖଣି ଲିଜ୍ ରଦ୍ଦ  ହେବ ଏବଂ ଖଣି ମାଲିକଙ୍କୁ କଳା ତାଲିକା ଭୁକ୍ତ କରାଯିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe