କନକ ବ୍ୟୁରୋ : ହରିଆଣା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟରେ ଅନ୍ୟ ଦଳମାନଙ୍କ ଭଳି ଆମ୍ ଆଦମୀ ପାର୍ଟି ମଧ୍ୟ ପ୍ରଚାରକୁ ଜୋରଦାର କରିଛି । ଏହି କ୍ରମରେ ଏବେ ଜାମିନରେ ଥିବା ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ହରିଆଣାରେ ସଭା ଓ ରୋଡ ସୋ ଜାରି ରଖିଛନ୍ତି । ଏକ ସଭାରେ କେଜ୍ରିୱାଲ ଦାବି କରିଛନ୍ତି କି, ହରିଆଣାରେ ଜିଏ ବି ସରକାର ଗଠନ କରନ୍ତୁ କିନ୍ତୁ ଆମ୍ ଆଦମୀ ପାର୍ଟିର ବିନା ସମର୍ଥନରେ ସରକାର ଗଠନ କରାଯାଇପାରିବ ନାହିଁ । ଏହାସହ ନିର୍ବାଚନୀ ସଭାରେ କେଜ୍ରିୱାଲ ପୁଣି ପରିବାରବାଦ ଉପରେ ଆକ୍ରମଣ କରିଛନ୍ତି । ହରିଆଣା ବିଧାନସଭା ନିର୍ବାଚନରେ ସମସ୍ତ ଆସନରେ ପ୍ରାର୍ଥୀ ଦେଇଛି ଆମ୍ ଆଦମୀ ପାର୍ଟି । ମାତ୍ର କିଛି ନିର୍ଦ୍ଦିଷ୍ଠ ଆସନ ଉପରେ ଦଳ ଫୋକସ କରୁଛି ।