କନକ ବ୍ୟୁରୋ:  ଶପଥ ନେଲେ  ଓଡ଼ିଶାର ନୂଆ ରାଜ୍ୟପାଳ । ଆଜିଠୁ ନୂଆ ରାଜ୍ୟପାଳ ହେଲେ ହରିବାବୁ କମ୍ଭମପତି । ରାଜଭବନରେ ଶପଥ ଗ୍ରହଣ ଉତ୍ସବ  ସମାରୋହ । ଶପଥ କରାଇଲେ ହାଇକୋର୍ଟ ମୁଖ୍ୟ ବିଚାରପତି ।  ଓଡ଼ିଶାର ୨୭ ତମ ରାଜ୍ୟପାଳ ହୋଇଛନ୍ତି  ହରିବାବୁ । ଉତ୍ସବ ସମାରୋହରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ଡିଜିପି  ଅଛନ୍ତି ଉପସ୍ଥିତ ।  

Advertisment

ଗତ ଡିସେମ୍ବର ୨୪ ତାରିଖରେ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ ହରିବାବୁ କମ୍ଭମପତି । ପୂର୍ବରୁ ସେ ମିଜୋରାମର ରାଜ୍ୟପାଳ ଥିଲେ ।  ସେ ୧୯୯୯ ମସିହାରେ ପ୍ରଥମ ଥର ପାଇଁ ବିଶାଖାପାଟଣାର ବିଧାୟକ ଭାବେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ୨୦୧୪ ମସିହାରେ  ବିଶାଖାପାଟଣା ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ ।