କନକ ବ୍ୟୁରୋ : ନୂଆକରି ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ହରି ବାବୁ କୁମ୍ଭମପତି ଆଜି ଓଡ଼ିଶାରେ ପହଞ୍ଚିବେ । ଦିନ ୧୨ଟା ୪୫ରେ କୋଲକାତା ବିମାନବନ୍ଦରରୁ ବାହାରି ସ୍ବତନ୍ତ୍ର ବିମାନ ଯୋଗେ ଆସି ଦିନ ୨ଟା ବେଳେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ । ସେଠାରୁ ପୁରୀ ଯାତ୍ରା କରିବେ ରାଜ୍ୟପାଳ । ସେଠାରେ ରାତ୍ରୀ ଯାପନ କରିବେ । ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଭୁବନେଶ୍ବର ଆସିବେ । ରାଜଭବନରେ ଆସନ୍ତାକାଲି ଦିନ ୧୦ଟା ୧୫ରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ।
ଆଜି ଓଡିଶା ଆସିବେ ନୂଆ ରାଜ୍ୟପାଳ ; କାଲି ଶପଥ ନେବେ କୁମ୍ଭମପତି
ଆଜି ଓଡିଶା ଆସିବେ ନୂଆ ରାଜ୍ୟପାଳ ହରି ବାବୁ କୁମ୍ଭମପତି । ଦିନ ୨ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଂଚି ଯିବେ ପୁରୀ । ଆସନ୍ତାକାଲି ରାଜଧାନୀ ଫେରି ରାଜଭବନରେ ନେବେ ଶପଥ
/kanak/media/media_files/2025/01/02/h9twVlQ3fO4WZJzHWNl2.jpg)