କନକ ବ୍ୟୁରୋ: ପୁରୁଣା ସରକାରଙ୍କ ଦୁର୍ନୀତିର ପର୍ଦ୍ଦାଫାଶ କଲେ ନୂଆ ସରକାର। ପଞ୍ଚାୟତସ୍ତରରେ ଦ୍ରାରିଦ୍ୟ ଦୂରୀକରଣ ଯୋଜନାରେ ହୋଇଥିବା ଦୁର୍ନୀତିର ଚିଠା ବିଧାନସଭାରେ ସାମ୍ନାକୁ ଆସିଛି। ୫ ବର୍ଷରେ ୨୯୯୯ ମାମଲାରେ ୨୮ କୋଟି ୨୫ ଲକ୍ଷ ୪୩ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ରବି ନାୟକ।
ଦୁର୍ନୀତି: ଏତିକି ନା ଆହୁରି ଅଛି?
- ୨୦୨୦-୨୧ରେ ୧୦୦୭ଟି ମାମଲାରେ ୯ କୋଟି ୧୩ ଲକ୍ଷ ୨୮ ହଜାର ଟଙ୍କାର ଦୁର୍ନୀତି
- ୨୦୨୧-୨୨ରେ ୨୮୧୪ଟି ମାମଲାରେ ୪ କୋଟି ୨୮ ଲକ୍ଷ ୧୬ ହଜାର ଟଙ୍କାର ଦୁର୍ନୀତି
- ୨୦୨୨-୨୩ରେ ୩୮ଟି ମାମଲାରେ ୯ କୋଟି ୧୭ ଲକ୍ଷ ଟଙ୍କାର ଦୁର୍ନୀତି
- ୨୦୨୩-୨୪ରେ ୩୪୦୨ଟି ମାମଲାରେ ୩ କୋଟି ୮୦ ଲକ୍ଷ ୩୭ ହଜାର ଟଙ୍କାର ଦୁର୍ନୀତି
- ୨୦୨୪-୨୫ରେ ୨୦୩୮ଟି ମାମଲାରେ ୧ କୋଟି ୮୬ ଲକ୍ଷ ୬୦ ହଜାର ଟଙ୍କାର ଦୁର୍ନୀତି
କିନ୍ତୁ ପ୍ରଶ୍ନ ଉଠୁଛି, ହଜାର ହଜାର କୋଟି ଖର୍ଚ୍ଚ ହେଉଥିବା ପଞ୍ଚାୟତିରାଜ ବିଭାଗରେ ଦୁର୍ନୀତି କ’ଣ ମାତ୍ର ୨୮ କୋଟିରେ ସୀମିତ? ନା କାହାକୁ ଘଣ୍ଟ ଘୋଡ଼ାଇବାକୁ ହେଉଛି ଚେଷ୍ଟା?
ପଞ୍ଚାୟତିରାଜ ବିଭାଗରେ ଦୁନୀର୍ତି ନୂଆ ନୁହେଁ। ହଜାର ହଜାର କୋଟି ଖର୍ଚ୍ଚ ହେଉଥିବାରୁ ଏହି ବିଭାଗ ଅନେକ ଦୁର୍ନୀତିର ମୂକସାକ୍ଷୀ ପାଲଟିଛି। ନୂଆ ସରକାର ଏହି ଦୁର୍ନୀତିକୁ ସାମ୍ନାକୁ ଆଣିଥିବା ବେଳେ ଘେରିଛନ୍ତି ବିରୋଧୀ। ବିଜେଡି କହିଛି, ଖାଲି ଦୋଷ ଦେଲେ ହେବନି, ଦୁର୍ନୀତି ହୋଇଥିଲେ ପ୍ରମାଣ ଦିଅନ୍ତୁ। କଂଗ୍ରେସ କହିଛି, ଡବଲ ଇଞ୍ଜିନ ସରକାର ଅଛି, ଦୁର୍ନୀତି ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ପଞ୍ଚାୟତିରାଜ ବିଭାଗରେ ହୋଇଥିବା ଦୁର୍ନୀତି ଅର୍ଥରୁ ୪ କୋଟି ୧୪ ଲକ୍ଷ ଟଙ୍କା ଜବତ ହୋଇଛି। କିନ୍ତୁ ପ୍ରଶ୍ନ ଉଠୁଛି, ଦାରିଦ୍ର୍ୟ ଦୂରୀକରଣ ପାଇଁ ଥିବା ଟଙ୍କାକୁ ହଡ଼ପ କରିଥିବା କାର୍ପଟଦାରଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/02/18/6NTk08c18vf8CDY08QNx.jpg)