କନକ ବ୍ୟୁରୋ : ନବରଙ୍ଗପୁର ପ୍ରମୁଖ ଶିକ୍ଷାନୁଷ୍ଠାନ ନ୍ୟୁ ଜେନ ର ବର୍ଷୀୟାନ କର୍ମଚାରୀ ସ୍ବର୍ଗତ ଶତୃଘ୍ନ ମାଝୀଙ୍କ ବିୟୋଗରେ ଏକ ଶୋକ ସଭା ନବରଙ୍ଗପୁର କଲେଜ ଅଫ ନର୍ସିଂ ପରିସର ରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ସ୍ବର୍ଗତ ମାଝୀଙ୍କ ସ୍ମୃତି ଚାରଣ କରଯାଇଥିଲା। ସେ କିପରି ନିଷ୍ଠାପର ଭାବେ ସଂସ୍ଥାକୁ ଦୀର୍ଘ ବର୍ଷ ଧରି ସେବା ଯୋଗାଇଥିଲେ ସେ ବିଷୟରେ ଅନୁଷ୍ଠାନର ଅଧ୍ୟକ୍ଷ ସୁକାନ୍ତ ଶତପଥୀ ସମସ୍ତଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ କଲେଜ କେଣ୍ଟିନ କୁ ଶତୃଘ୍ନ କେଣ୍ଟିନ ନାମରେ ନାମିତ କରିଥିଲେ। ଏହି ସଭାରେ ସଂସ୍ଥାର କର୍ମଚାରୀ ଇଲିୟସ୍ ହବିବ, ସଂଜିବ କୁମାର ବାଗ, ସୁନ୍ମୟୀ ଖରା, ବୋନିତ, ନିର୍ମଳ ପଟ୍ଟନାୟକ, ରବିନ୍ ଲଇଛନ, ବର୍ଷା ମହାପାତ୍ର, ସିଦ୍ଧାନ୍ତ ପଟ୍ଟନାୟକ, ଦୂର୍ଗେଶ୍ୱରି, ଶିଖା ଯୁବିଲି, ସୁଜାତା, ସାଲିନି, ଚୂମକି ମଣ୍ଡଳ, ପ୍ରଣତି ଶତପଥୀ ଏବଂ ବସ ଓ କେଣ୍ଟିନ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।