କନକ ବ୍ୟୁରୋ: ଯଦି ଆପଣ ଘରୋଇ କ୍ଷେତ୍ରରେ କାମ କରନ୍ତି ଏବଂ ଆପଣଙ୍କ ଇପିଏଫ ଆକାଉଣ୍ଟ ଅଛି ତେବେ ଏହି ଖବର ଆପଣଙ୍କ ପାଇଁ । ଇପିଏଫଓ ଏକ ନୂତନ ବୈଶିଷ୍ଟ୍ୟ ଆରମ୍ଭ କରିଛି । ଏହା ହେଉଛି ଇପିଏଫଓ ପାସବୁକ୍ ଲାଇଟ୍ । ଏବେ, ସଦସ୍ୟମାନେ ଲଗ୍ ଇନ୍ ନକରି କେବଳ ଗୋଟିଏ କ୍ଲିକ୍‌ରେ ସେମାନଙ୍କର ସମ୍ପୂର୍ଣ୍ଣ ପିଏଫ ଆକାଉଣ୍ଟ ବିବରଣୀ ଦେଖିପାରିବେ। ଆପଣ ସିଧାସଳଖ ଏହି ପୋର୍ଟାଲରୁ ଆପଣଙ୍କର ପିଏଫ ଆକାଉଣ୍ଟ ବିବରଣୀ ଦେଖିପାରିବେ ।

Advertisment

ଏପର୍ଯ୍ୟନ୍ତ ଆପଣଙ୍କୁ ଆପଣଙ୍କର ପିଏଫ ବାଲାନ୍ସ କିମ୍ବା କାରବାର ଯାଞ୍ଚ କରିବା ପାଇଁ ପୃଥକ ଭାବରେ ପାସବୁକ୍ ପୋର୍ଟାଲରେ ଲଗ୍ ଇନ୍ କରିବାକୁ ପଡୁଥିଲା, କିନ୍ତୁ ନୂତନ ପାସବୁକ୍ ଲାଇଟ୍ ଫିଚର୍ ଏହି ସମସ୍ୟାକୁ ଦୂର କରିଛି । ଯଦିଓ ଆପଣ ଆପଣଙ୍କ ଫୋନରେ କୌଣସି ମେସେଜ୍ ପାଉନାହାଁନ୍ତି, ତଥାପି ଆପଣ ଏବେ ଫେସବୁକ୍ ଲାଇଟ୍ ମାଧ୍ୟମରେ ଆପଣଙ୍କ ପିଏଫ ଆକାଉଣ୍ଟରେ ଜମା ହୋଇଥିବା ରାଶି ଯାଞ୍ଚ କରିପାରିବେ । 

ଏବେ, କର୍ମଚାରୀମାନେ ଏହି ପୋର୍ଟାଲରେ ସିଧାସଳଖ ସେମାନଙ୍କର ଡିପୋଜିଟ୍, ଟଙ୍କା ଉଠାଣ ଏବଂ ମୋଟ ବାଲାନ୍ସ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଖିପାରିବେ । ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଏକ କାର୍ଯ୍ୟକ୍ରମ ସମୟରେ ଏହି ସେବା ଘୋଷଣା କରିଥିଲେ । ସେ କହିଛନ୍ତି ଯେ ଏହି ଉନ୍ନତି କେବଳ ପିଏଫ୍ ସଦସ୍ୟଙ୍କ ସୁବିଧାକୁ ବୃଦ୍ଧି କରିବ ନାହିଁ ବରଂ ପାସବୁକ୍ ପୋର୍ଟାଲକୁ ସହଜ କରିବ ।

 ସବୁଠାରୁ ବଡ଼ ସୁବିଧା ହେଉଛି ଯେ ଆପଣଙ୍କୁ ଆଉ ବିଭିନ୍ନ ସୂଚନା ପାଇଁ ଏକାଧିକ ସ୍ଥାନକୁ ଯିବାକୁ ପଡ଼ିବ ନାହିଁ । ଆପଣଙ୍କ ପାଖରେ ଗୋଟିଏ ସ୍ଥାନରେ ସମ୍ପୂର୍ଣ୍ଣ ସୂଚନା ରହିବ । ଆପଣ ଏକ ସ୍କ୍ରିନସଟ୍ ନେଇ ଆପଣଙ୍କର ସମସ୍ତ ପିଏଫ ସୂଚନା ରଖିପାରିବେ। ଏହା ବ୍ୟତୀତ, ଆପଣ ଶୀଘ୍ର ବିବରଣୀ ଖୋଜିପାରିବେ, ଆଉ ସମୟ ବଞ୍ଚାଇ ପାରିବେ । ଏହା ବ୍ୟତୀତ, ଆପଣ ପାସୱାର୍ଡ ମନେ ରଖିବାର କଷ୍ଟ ମଧ୍ୟ ଦୂର ହେବ । 

ଫର୍ମ 13 ଜରିଆରେ ପିଏଫ ଟ୍ରାନ୍ସଫରର ଶୀଘ୍ର ହେବ । କାରଣ ପୁରୁଣା ପିଏଫ ଟ୍ରାନ୍ସଫର କରିବା ପାଇଁ ପୁରୁଣା ଅଫିସ ଅନେକ୍ସର କେ ସାର୍ଟିଫିକେଟ ପ୍ରସ୍ତୁତ କରିଥାଏ । ଆଉ ଏହି ଡକ୍ୟୁମେଣ୍ଟକୁ ନୂଆ ପିଏଫ ଅଫିସକୁ ପଠାଇଥାଏ । ଯେମିତି କି ପୁରୁଣା ପିଏଫ ଅଫିସରୁ ଟଙ୍କା ନୂଆ ଖାତାକୁ ଠିକ ଭାବେ ଟ୍ରାନ୍ସଫର ହୋଇପାରିବ । ଏହି ଏହି ପ୍ରୋସେସ ସହଜ ହୋଇଯାଇଛି । କର୍ମଚାରୀ ସିଧା ମେମ୍ୱର ପୋର୍ଟାଲରୁ ଆନେକ୍ସଚର କେ ପିଡିଏଫ ଡାଉନଲୋର୍ଡ କରିପାରିବେ । ଏହାଦ୍ବାରା କେବଳ ଟ୍ରନ୍ସଫର ପ୍ରକ୍ରିୟା ଦ୍ରୁତ ହେବନି ବରଂ କର୍ମଚାରୀଙ୍କୁ ନିଜ ପିଏଫ ସହ ଜଡ଼ିତ ସୂଚନା ସୁରକ୍ଷିତ ରହିବ । 

ଏବେ କର୍ମଚାରୀ ନିଜ ପିଏଫ ଟ୍ରାନ୍ସଫର ଷ୍ଟାଟସକୁ ଅନଲାଇନ ଟ୍ରାକ କରିପାରିବେ । ଯେଉଁଥିରେ ଏହା ଜଣାପଡ଼ିବ କି ତାଙ୍କ ଫଣ୍ଡ ପୁରୁଣା ଖାତାରୁ ନୂଆ ଖାତାକୁ ଠିକ ଭାବେ ଟ୍ରାନ୍ସଫର ହୋଇଛି କି ନାହିଁ । ଏହାସହ ଜାଣିପାରିବେ କି ନୂଆ ପିଏଫ ଖାତାରେ ବାଲାନ୍ସ ଓ ଚାକିରିର ସମୟ ଠିକରେ ଅପଡେଟ୍ ହୋଇଛି କି ନାହିଁ ।