କନକ ବ୍ୟୁରୋ: ତଦନ୍ତ ଯେତିକି ଆଗକୁ ତଦନ୍ତ ସେତିକି ଫିଟୁଛି ଗୁମର । ୩ମାସ ପୂର୍ବରୁ ସୌରଭକୁ ମାରିବାକୁ ଯୋଜନା କରିଥିଲା ମୁସ୍କାନ । ଏନେଇ ପ୍ରେମିକ ସାହିଲ ସହ ମିଶି କରିଥିଲା ଷଡଯନ୍ତ୍ର । କେବଳ ସେତିକି ନୁହେଁ ସୌରଭ ଛୁଟିରେ ଆସିବା ନେଇ ଖବର ପାଇବା ପରେ ତାକୁ ହତ୍ୟା କରିବାକୁ ଛୁରି, ଡ୍ରମ, ଦୌଡି, ନିଶା ଦ୍ରବ୍ୟ କିଣି ରଖିଥିଲା । ତେବେ ଷଡଯନ୍ତ୍ର ଅନୁସାରେ ହତ୍ୟା କରିବା ପରେ ସାହିଲ ସହ ୧୫ଦିନ ପାଇଁ ସିମଲା ଓ ମନାଲି ବୁଲିବାକୁ ଯାଇଥିଲା । ସେଠାରେ ଜନ୍ମଦିନ ଓ ହୋଲି ସେଲିବ୍ରେଟ୍ କରିବା ସହ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା । ତେବେ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହେବା ପରେ ଏବେ ଭାଇରାଲ ହେଉଛି ଭିଡିଓ । ସାରା ଦେଶର ଚାଞ୍ଚଲ୍ୟ ଖେଳାଇଛି ମିରଟ୍ ହତ୍ୟାକାଣ୍ଡ ।

Advertisment

ସ୍ବାମୀ ସୌରଭଙ୍କୁ ହତ୍ୟା କରିବା ପରେ ପ୍ରେମିକ ସାହିଲ ସହ ମୁସ୍କାନ  ବହୁତ ମଜା କରୁଥିଲେ । ପବରେ ନାଚିବାଠାରୁ ଆରମ୍ଭ କରି ବରଫ ଆଚ୍ଛାଦିତ ଉପତ୍ୟକାରେ ବୁଲିବା, ମଦ ପାର୍ଟି ଏବଂ କେକ୍ କାଟିବା ପର୍ୟ୍ୟନ୍ତ ଭିଡିଓ ସାମ୍ନାକୁ ଆସିଛି । ସେମାନଙ୍କୁ ଦେଖିଲେ ମନେହୁଏ ନାହିଁ ଯେ ସେମାନଙ୍କ ମୁହଁରେ ସେହି ଜଘନ୍ୟ ଅପରାଧର କୌଣସି ଚିହ୍ନ ଅଛି ।
ସାକ୍ଷୀଙ୍କ କହିବା ଅନୁସାରେ,  ମନାଲି ବୁଲିବାକୁ ଯିବାବେଳେ ସେ ଦୁହେଁ ପଛ ସିଟରେ ବସିଥିଲେ । ଏହି ସମୟ ମଧ୍ୟରେ ସେମାନେ ପରସ୍ପର ସହିତ ବହୁତ କମ୍ କଥାବାର୍ତ୍ତା କରୁଥିଲେ । ଯେତେବେଳେ କେହି ଫୋନ୍ କରୁଥିଲେ, ସେ ବାହାରକୁ ଯାଇ କଥା ହେଉଥିଲେ । ସେମାନଙ୍କ କଥାବାର୍ତ୍ତାରୁ ଜଣାପଡୁଥିଲା ଯେ ସାହିଲ ଦିନକୁ ୩ ବୋତଲ୍‌ ମଦ ପିଅନ୍ତି ଓ ମୁସ୍କାନ ବି ତାଙ୍କ ସହ କେବେ କେବେ ପିଇଦିଅନ୍ତି।ମିରଟରେ ସ୍ୱାମୀ ସୌରଭଙ୍କୁ ହତ୍ୟା କରିବା ପରେ ମଜା କରିବା ପାଇଁ ସିମଲା ଯାଇଥିବା ମୁସ୍କାନ ରସ୍ତୋଗୀ ସେଠାରେ ତାଙ୍କ ପ୍ରେମିକ ସାହିଲ ଶୁକ୍ଳାଙ୍କ ପାଇଁ ଏକ କେକ୍ ଅର୍ଡର କରିଥିଲେ, ଯାହାର ଫଟୋ ଏବେ ଭାଇରାଲ ହେଉଛି।