କନକ ବ୍ୟୁରୋ : ସ୍ପାଇଡର ମ୍ୟାନ ଭଳି ସ୍ପାଇଡରର କାରନାମା । ପ୍ରଥମଥର ପାଇଁ ନଜରକୁ ଆସିଲା ସ୍ପାଇଡ଼ର । ସାମ୍ନାକୁ ଆସିଲା ଭୁବନେଶ୍ୱରରେ ଏକ ଘରେ ରେକ୍କୀ କରୁଥିବାର ଫୁଟେଜ । ସ୍ପାଇଡ଼ର ମ୍ୟାନ ଠୁ ବି ଅଧିକ ସ୍ପିଡ଼ରେ ଡେଉଁଛି ଏହି ଲୁଟେରା, ସିକ୍ୟୁରିଟି ଗାର୍ଡ ବୋକା ଭଳି ଛିଡା ହୋଇ ରହିଛି । ଲୁଟ ଦେଖି ଅବାକ ପୁଲିସ । ଗୋଟିଏ ଡ଼ିଆଁରେ କାର ଡେଇଁ କାନ୍ଥ ଉପରେ ଚଢ଼ିପାରେ ଏହି ଧୂରନ୍ଧର । କନକ ନ୍ୟୁଜ ହାତରେ ସିସିଟିଭି ଏକ୍ସକ୍ଲୁସିଭ ଫୁଟେଜ ଓ କିଭଳି ସ୍ପାଇଡର ମ୍ୟାନ୍ ଭଳି କାନ୍ଥ ଡେଉଁଛି ସ୍ପାଇଡର ତାହା ବୟାନ କରୁଛି କେତେ ଫିଟ୍ ଏହି ଚୋର ।
ହାଇପ୍ରୋଫାଇଲ ଚୋର ସ୍ପାଇଡର ସତ୍ତିର ସଉକ। ଦୁଇଟି ସ୍ତ୍ରୀ ଓ ଗର୍ଲଫ୍ରେଣ୍ଡ ବି ରଖିଛି ଚୋର ସ୍ପାଇଡର । ସାମ୍ନାକୁ ଆସୁଛି ସ୍ପାଇଡରର ନୂଆ ନୂଆ ଫଟୋ । ଗର୍ଲଫ୍ରେଣ୍ଡ ସହ ଛୁଟି କାଟୁଥିଲା ଆଉ ସଉକ ପାଇଁ ପାଳିଥିଲା ବିଦେଶୀ କୁକୁର । ଦୁଇ ଦୁଇଟି ପତ୍ନୀ, ଗାର୍ଲଫ୍ରେଣ୍ଡ ଓ କୁକୁରଙ୍କ ପଛରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲା ସତ୍ତି। କୁକୁରଙ୍କ ଖେଳିବା ପାଇଁ ପାଇଁ ଲକ୍ଷେ ଟଙ୍କିଆ "ବଲ" କିଣିଥିଲା ସ୍ପାଇଡର ।
କେବଳ ସେତିକି ନୁହେଁ ନିଜକୁ ଫିଟ୍ ରଖିବା ପାଇଁ ସ୍ପେଶାଲ ଡାଏଟ୍ରେ ବି ରହୁଥିଲା । ଗୋଟିଏ ଗୋଟିଏ ଥର ଚୋରି ପରେ ୱେଟ ଲସ ପାଇଁ ଡ଼ାଏଟ ପ୍ଲାନ ବି କରୁଥିଲା । ଜିମରେ ରହୁଥିଲା, କାନ୍ଥ ଚଢିବାର ଟେକନିକ ବି ଶିଖୁଥିଲା । ଅଭ୍ୟାସ ପାଇଁ ସ୍ୱତନ୍ତ୍ର ଟ୍ରେନର ରଖିଥିଲା ସ୍ପାଇଡର । ଦିନକୁ ଖର୍ଚ୍ଚ ହେଉଥିଲା ୪ ହଜାରରୁ ଅଧିକ । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ୫୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍ କରିବା ଅଭିଯୋଗରେ ବିଶାଖାପଟାଣାରୁ ସ୍ପାଇଡରକୁ କାବୁ କରିଛି ପୋଲିସ । ସ୍ପାଇଡର ପାଖରୁ ସୁନା ଗହଣା, ହୀରା, ଓ ଟଙ୍କା ଜବତ କରିଛି ପୋଲିସ ।