କନକ ବ୍ୟୁରୋ: ଓଡ଼ିଶାରେ ମାଣ୍ଡିଆରୁ ତିଆରି ହେବ ମଦ। ଏଥିପାଇଁ ଆଗ୍ରହୀ ମଦ ତିଆରି କମ୍ପାନୀକୁ ସବ୍‌ସିଡି ଯୋଗାଇଦେବେ ରାଜ୍ୟ ସରକାର। ୨୦୨୫-୨୬ ଅବକାରୀ ନୀତିକୁ ନେଇ ଆଜି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏଭଳି କିଛି ଯୋଜନା ହୋଇଛି। ଅବକାରୀ ନୀତିର ସ୍ଲୋଗାନ୍ ରହିଛି ‘କମ୍ ପିଅ, କିନ୍ତୁ ଭଲ ପିଅ’। 

Advertisment

ଓଡ଼ିଶାରେ ମାଣ୍ଡିଆରୁ ତିଆରି ହେବ ମଦ। ଏଥିପାଇଁ ଆଗ୍ରହୀ ମଦ ତିଆରି କମ୍ପାନୀକୁ ସବ୍‌ସିଡି ଯୋଗାଇଦେବେ ରାଜ୍ୟ ସରକାର। ୨୦୨୫-୨୬ ଅବକାରୀ ନୀତିକୁ ନେଇ ଆଜି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏଭଳି କିଛି ଯୋଜନା ହୋଇଛି। ଅବକାରୀ ନୀତିର ସ୍ଲୋଗାନ୍ ରହିଛି ‘କମ୍ ପିଅ, କିନ୍ତୁ ଭଲ ପିଅ’। 

ଏଣିକି ମାଣ୍ଡିଆ, ବାଜରା, ଯଅ ଭଳି ଖାଦ୍ୟ ଶସ୍ୟରୁ ତିଆରି ହେବ ମଦ। ଆଉ ଏହାକୁ ଯେଉଁ କମ୍ପାନୀ ତିଆରି କରିବେ, ସେହି କମ୍ପାନୀକୁ ସବ୍‌ସିଡି ଯୋଗାଇବେ ରାଜ୍ୟ ସରକାର। ଅବକାରୀ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏନେଇ ହୋଇଛି ମାନସ ମନ୍ଥନ। ନୂଆ ଅବକାରୀ ନୀତି ନେଇ ବିଭିନ୍ନ ଷ୍ଟେକ୍ ହୋଲଡରଙ୍କ ସହ ହୋଇଛି ଆଲୋଚନା। ସେହିପରି ମହୁଲିକୁ ଅଧିକ ବିଶୁଦ୍ଧ କରି ବିଭିନ୍ନ ଫ୍ଲେବର ମିଶାଇ ବିଶ୍ବସ୍ତରୀୟ କରିବାକୁ ଯୋଜନା କରୁଛନ୍ତି ସରକାର। ଏହାଦ୍ବାରା ଅନ୍ୟ ରାଜ୍ୟ ସହ ବିଦେଶକୁ ବି ରପ୍ତାନୀ ହେବ ଓଡ଼ିଶା ତିଆରି ମଦ।

ରାଜ୍ୟରେ ଭଲ ବ୍ରାଣ୍ଡର ବିଦେଶୀ ମଦ କାରଖାନା କିପରି ପ୍ରତିଷ୍ଠା ହୋଇପାରିବ, ସେ ଦିଗରେ ଆଲୋଚନା ହୋଇଛି। ଏଥିସହ କିଭଳି ଅପମିଶ୍ରିତ ମଦ ବନ୍ଦ ହେବ?, ଆଉ ଏଥିପାଇଁ ଅବକାରୀ ନୀତିରେ କ’ଣ ପରିବର୍ତ୍ତନ କରାଯିବ? ସେନେଇ ମଧ୍ୟ ବୈଠକରେ ବିଚାର ବିମର୍ଶ ହୋଇଛି। ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶାରେ ଆଗ୍ରହୀ ଥିବା ନିବେଶକଙ୍କୁ ଏଥିପାଇଁ ଆକୃଷ୍ଟ କରାଯିବ ବୋଲି କହିଛନ୍ତି ଅବକାରୀ କମିଶନର।  ରାଜ୍ୟ ଅତିଥି ଭବନରେ ହୋଇଥିବା ଏହି ବୈଠକରେ ଅବକାରୀ ମନ୍ତ୍ରୀଙ୍କ ସହ ଅବକାରୀ କମିଶନର ଓ ବହୁ ଷ୍ଟେକ୍ ହୋଲଡର ସାମିଲ୍ ହୋଇଥିଲେ।