କନକ ବ୍ୟୁରୋ : ରାଜ୍ୟ ସରକାର ଆଣିଲେ ନୂଆ ଅବକାରୀ ନୀତି । ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହେବ ନୂଆ ନୀତି । ୨୦୨୫ ମାର୍ଚ୍ଚ ୩୧ ତାରିଖ ପର୍ୟ୍ୟନ୍ତ ବଳବତ୍ତର ରହିବ ଅବକାରୀ ନୀତି । ଭାଙ୍ଗ, ତାଡି ଓ ପୋଚ ପାଇଁ ନିୟମ ଲାଗୁ ହୋଇଛି । ଗ୍ରାମୀଣ ଅଞ୍ଚଳରେ ନୂଆ ମଦ ବାର ଖୋଲିବ ନାହିଁ । କେବଳ ଥ୍ରୀ ଷ୍ଟାର ହୋଟେଲକୁ ହିଁ ନୂଆ ବାର ଲାଇସେନ୍ସ ମିଳିବ ।

ଚଳିତ ଆର୍ଥିକ ବର୍ଷରେ ନୂଆ ବିଦେଶୀ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିନାହିଁ । ସେହିପରି ଡ୍ୟାନ୍ସ ବାର ଚାଲିବ ନାହିଁ । ବାରରେ କେବଳ ଗୀତ ଗାଇବା ଓ ଶୁଣିବା ପାଇଁ ଅନୁମତି ନେବାକୁ ପଡ଼ିବ । ଓଟିଡିସି ପକ୍ଷରୁ ବିଚ୍ ଶ୍ୟାକରେ ମିଳିବ ମଦ । ଇକୋ-ରିଟ୍ରିଟ୍ ସମୟରେ ସମୁଦ୍ର ବେଳାଭୂମିରେ ମଦ ବିକିବାକୁ ଓଟିଡିସିକୁ ମିଳିବ ଅସ୍ଥାୟୀ ଲାଇସେନ୍ସ । ତେବେ କେଉଁ କେଉଁ ବେଳାଭୂମିରେ ବିକ୍ରି ହେବ, ସେ ନେଇ ପର୍ୟ୍ୟଟନ ବିଭାଗ ନିଷ୍ପତ୍ତି ନେବ ।