କନକ ବ୍ୟୁରୋ: ଦୁବାଇରୁ ସୁନା ତସ୍କରୀ ମାମଲାରେ ଗିରଫ ହୋଇଥିବା ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରାନ୍ୟା ରାଓଙ୍କ ଜାମିନ ଶୁଣାଣି ବେଳେ ବଖାଣିଛନ୍ତି ସୁନା ତସ୍କରୀର ସତ । ରାନ୍ୟା ମାନିଛନ୍ତି, ସୁନା ତସ୍କରୀ ବେଳେ ଟଙ୍କା ସେ ଟ୍ରାନ୍ସଫର କରିଛନ୍ତି । ଜାମିନର ପରବର୍ତ୍ତୀ ଶୁଣାଣୀ କୋର୍ଟ ମାର୍ଚ୍ଚ ୨୭କୁ ଘୁଞ୍ଚାଇଛନ୍ତି । ଡିଆରଆଇର ଆଇନଜୀବୀ ମଧୁ ରାଓ ପିଟିସନରେ କହିଛନ୍ତି ଅଭିଯୁକ୍ତ ଟଙ୍କା ଆର୍ଥିକ କାରବାକୁ ମାନିଛନ୍ତି । ନ୍ୟାୟିକ ଯାଞ୍ଚ୍ କରିବାକୁ ଧାରା-୧୦୮ ଅନୁଯାୟୀ ନୋଟିସ ଜାରି କରାଯାଇଛି । ତଦନ୍ତର ଉଦ୍ଦେଶ୍ୟ ହେଉଛି,ଆର୍ଥିକ ଅନିୟମିତତା ଏବଂ ଆଇନର ନିୟମକୁ ଉଲ୍ଲଂଘନ କରାଯାଇଛି ନା ନାହିଁ ଜାଣିବା । ତେବେ ମାର୍ଚ୍ଚ ୨୭ରେ ହେବ ରାନ୍ୟାଙ୍କ ଜାମିନ ଉପରେ ଶୁଣାଣି । ଅଭିନେତ୍ରୀ ରାନ୍ୟା ରାଓଙ୍କୁ ବେଙ୍ଗାଲୁରୁର ବିମାନବନ୍ଦରରୁ ଗିରଫ କରାଯାଇଥିଲା ଏବଂ ସେ ସମୟରେ ରାନ୍ୟାଙ୍କ ଠାରୁ ୧୨କୋଟି ୫୬ଲକ୍ଷ ଟଙ୍କା ମୁଲ୍ୟର ସୁନା ଜବତ କରାଯାଇଥିଲା । ତାସହ ରାନ୍ୟାଙ୍କ ଘରୁ ରେଡ୍ ସମୟରେ ୨କୋଟି ଟଙ୍କା ମୂଲ୍ୟର ସୁନା ଜବତ କରିଥିଲା ପୋଲିସ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us