କନକବ୍ୟୁରୋ : ବର୍ଷାରେ ବେହାଲ ଦିଲ୍ଲୀ ।  ପ୍ରବଳ ବର୍ଷା ଯୋଗୁଁ ଜନ ଜୀବନ ବାଧାପ୍ରାପ୍ତ ହୋଇଛି ।  କିଛି ସ୍ଥାନରେ କୁଆପଥର ବର୍ଷା ବି ହୋଇଛି ।  ତଳିଆ ଅଂଚଳରେ ଏବେ ପାଣି ଜମି ରହିଛି  ।  ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଥିବା ବେଳେ ବିମାନବନ୍ଦରର ମେଟାଲ ଷ୍ଟ୍ରକ୍ଟ  ଭାଙ୍ଗିରୁଜି ଯାଇଛି । ଗୋଟିଏ ପଟେ ବର୍ଷା ଯୋଗୁଁ ଖରା ଗରମରୁ ଲୋକଙ୍କୁ ଆଶ୍ବସ୍ତି ମିଳିଛି  । ଅନ୍ୟପଟେ ବିଭିନ୍ନ ସ୍ଥାନରେ ପାଣି ଜମି ରହିବା କାରଣରୁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି  ।  ଖରାପ ପାଣିପାଗ ପାଇଁ ୪୦ଟି ବିମାନର ଗତିପଥ ବଦଳାଯାଇଛି । ସେହିପରି ୧୦୦ରୁ ଅଧିକ ବିମାନ ବିଳମ୍ବ ହୋଇଛି  । ପ୍ରବଳ ବର୍ଷା ପବନ ନେଇ ଭାରତୀୟ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି ।