କନକ ବ୍ୟୁରୋ : ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଅତିଶୀ ମର୍ଲେନାଙ୍କ ଉପରେ କାହିଁକି ବିଶ୍ବାସ କରିଲା ଆମ ଆଦମୀ ପାର୍ଟି ? ରେସରେ ଅନେକ ଦକ୍ଷ ଓ ପୁରୁଣା ଚେହେରା ଥିଲେ ବି କାହିଁକି ତାଙ୍କ ନାଁରେ ବାଜିଲା ମୋହର । ଏଭଳି ପ୍ରଶ୍ନ ଭିତରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଆତିଶୀ ମାର୍ଲେନା । ୨୦୨୨ରୁ ଆମ ଆଦମୀ ପାର୍ଟି ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲରେ ଫସିବା ସହ ଦଳର ଜଣଙ୍କ ପରେ ଜଣେ ନେତା ମଧ୍ୟ ଇଡି ଓ ସିବିଆଇ ରାଡାରେ ରହିଥିଲେ । ମନିଷ ସିସୋଦିଆ, ସଂଜୟ ସିଂଙ୍କ ପରେ ଯେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲ ଯାଇଥିଲେ, ସେତେବେଳେ ଦଳକୁ ମଜଭୁତ କରି ଛିଡା କରିବାରେ ଆତିସୀଙ୍କ ବଡ ଭୂମିକା ରହିଥିଲା । କେଜ୍ରିୱାଲ ଜେଲରେ ରହିବା ସମୟରେ ସମୟରେ ଆପ ସରକାର ଓ ଉପରାଜ୍ୟପାଳ ବିବାଦ ମଧ୍ୟରେ ତାଙ୍କ ସକ୍ରିୟ ରାଜନୀତି ତାଙ୍କୁ ଲୋକଲୋଚନକୁ ଆଣିଥିଲା । କେଜ୍ରିୱାଲଙ୍କ ବେଶ ବିଶ୍ବସ୍ତ ଆତିସୀ ବାରମ୍ବାର ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରସରକାର ଓ ଉପରାଜ୍ୟପାଳଙ୍କୁ ସମାଲୋଚନା କରୁଥିଲେ । ସ୍ବାଧୀନତା ଦିବସ ପରେଡରେ ଆତିସୀଙ୍କୁ ଦଳ ଜାତୀୟ ପତାକା ଉତୋଳନ କରିବାକୁ ଉପରାଜ୍ୟପାଳଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ କେଜ୍ରିୱାଲ । ଏହି ଦୃଷ୍ଟିରୁ ଆତିସୀ ଆଗାମୀ ନିର୍ବାଚନ ପର୍ୟ୍ୟନ୍ତି ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ବେଶ ସମ୍ଭାବନା ଥିଲା । ଅର୍ଥ,ଶିକ୍ଷା, ମହିଳା ଓ ଶିଶୁ ବିକାଶ, ପର୍ୟ୍ୟଟନ, କଳା, ସଂସ୍କୃତି ଭଳି ୧୪ଟି ବିଭାଗର ମନ୍ତ୍ରୀ ହେଉଛନ୍ତି ଆତିସୀ ।
ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଆତିସୀ ମର୍ଲେନା
ରାଜନୀତିକୁ ଆସିବା ପୂର୍ବରୁ ଜଣେ ସାମାଜିକ କର୍ମୀ
୨୦୧୩ରେ ଆମ ଆଦାମୀ ପାର୍ଟିରେ ସାମିଲ
ଆପ ସରକାରରେ ପରାମର୍ଶଦାତା ଥିଲେ
ରାଜନୈତିକ ଦକ୍ଷତା ପାଇଁ କ୍ୟାବିନେଟରେ ମନ୍ତ୍ରୀ
୨୦୨୦ରେ ଦିଲ୍ଲୀର କାଲକାଜି ବିଧାନସଭାରୁ ନିର୍ବାଚନ
୨୦୨୩ରେ ମନ୍ତ୍ରୀ ପଦ ପାଇଥିଲେ ଆତିଶୀ ମର୍ଲେନା
ଆତିଶୀଙ୍କ ହାତରେ ସର୍ବାଧିକ ୧୪ଟି ବିଭାଗର ଦାୟିତ୍ୱ ରହିଛି
କେଜ୍ରିୱାଲ ଓ ସିସୋଦିଆ ଜେଲରେ ଥିବା ସମୟରେ ଦଳ ସମ୍ଭାଳିଥିଲେ ଆତିଶୀ
ଲୋକସଭା ନିର୍ବାଚନରେ ଦଳକୁ ଏକାଠୀ ରଖିବାରେ ଥିଲା ବଡ଼ ଭୂମିକା
ଅତିଶୀ ଦିଲ୍ଲୀର ସ୍ପ୍ରିଙ୍ଗଡେଲ ସ୍କୁଲରୁ ତାଙ୍କର ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ । ଏହା ପରେ ସେ ସେଣ୍ଟ ଷ୍ଟିଫେନ୍ସ କଲେଜରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ତା’ପରେ ସେ ଚିଭିଙ୍ଗ ସ୍କଲାରସିପରେ ଅକ୍ସଫୋର୍ଡ ୟୁନିଭରସିଟି ଯାଇ ସେଠାରୁ ଦ୍ୱିତୀୟ ମାଷ୍ଟର ଡିଗ୍ରୀ ହାସଲ କଲେ । ଅତିଶୀ ଆରମ୍ଭରୁ ଆମ ଆଦମୀ ପାର୍ଟି ସହିତ ଜଡିତ ଥିଲେ । ୨୦୧୩ରେ, ଯେତେବେଳେ ଦଳ ଏହାର ମନିଫେଷ୍ଟୋ ପ୍ରସ୍ତୁତ କରିବାକୁ ଏକ କମିଟି ଗଠନ କଲା, ସେତେବେଳେ ଅତିଶୀ ମଧ୍ୟ ଏଥିରେ ସ୍ଥାନ ପାଇଲେ । ସେ ବିଶେଷ କରି ବିଦ୍ୟାଳୟଗୁଡ଼ିକ ପାଇଁ ନୀତି ପ୍ରସ୍ତୁତ କଲେ ଏବଂ ସେଗୁଡିକୁ ମଧ୍ୟ କାର୍ୟ୍ୟକାରୀ କଲେ।ପଞ୍ଜାବୀ ରାଜପୁତ ପରିବାରର ଅତିଶୀଙ୍କ ସ୍ବାମୀଙ୍କ ନାମ ପ୍ରବୀଣ ସିଂ । ପ୍ରବୀଣ ଜଣେ ଗବେଷକ ଏବଂ ଶିକ୍ଷାବିତ୍ । ସେ ସଦଭାବନା ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ପଲିସି ପରି ଅନୁଷ୍ଠାନ ସହିତ ଜଡିତ । ପ୍ରବୀଣ ସିଂ ଆଇଆଇଟି ଦିଲ୍ଲୀରୁ ଅଧ୍ୟୟନ କରିଛନ୍ତି ଏବଂ ପରେ ଆଇଆଇଏମ ଅହମ୍ମଦାବାଦରୁ ମଧ୍ୟ ଅଧ୍ୟୟନ କରିଛନ୍ତି । ସେ ପ୍ରାୟ ୮ବର୍ଷ କର୍ପୋରେଟ ସେକ୍ଟରରେ କାର୍ୟ୍ୟ କରିଥିଲେ । ଭାରତ ଏବଂ ଆମେରିକାର ପରାମର୍ଶଦାତା ସଂସ୍ଥାଗୁଡ଼ିକରେ ମଧ୍ୟ କାର୍ୟ୍ୟ କରିଥିଲେ । ଏହା ପରେ ସେ ସାମାଜିକ ସେବାରେ ଯୋଗ ଦେଇଥିଲେ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/3cSlTw9gm6vRTkT3NlX4.jpg)