ଓଡିଶା କ୍ରିକେଟରେ ନବାଗତ ତାରକା: ବିଜୟ ହଜାରେ ଡେବ୍ୟୁ କରି ହୋଇଥିଲେ ମ୍ୟାନ ଅଫ ଦି ମ୍ୟାଚ, ଏବେ ରଣଜୀରେ ବି କଲେ କମାଲ

ଓଡିଶା କ୍ରିକେଟରେ ଦେଖିବାକୁ ମିଳିଛି ନବାଗତ କ୍ରିକେଟରଙ୍କ କମାଲ । ବିଜୟ ହଜାରେ ଟ୍ରଫିରେ ଡେବ୍ୟୁ ମ୍ୟାଚରେ ନିଜ କମାଲ ଦେଖାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ନବାଗତ ଷ୍ଟାର ତାପସ ଦାସ । ଏବେ ପୁଣି ସେ ରଣଜୀରେ ମଧ୍ୟ ନିଜ କମାଲ ଦେଖାଇଛନ୍ତି ।

QSQSsAXZSA

QSQS Photograph: (QQSQS)

କନକ ବ୍ୟୁରୋ : ଓଡିଶା କ୍ରିକେଟରେ ଦେଖିବାକୁ ମିଳିଛି ନବାଗତ କ୍ରିକେଟରଙ୍କ କମାଲ । ବିଜୟ ହଜାରେ ଟ୍ରଫିରେ ଡେବ୍ୟୁ ମ୍ୟାଚରେ ନିଜ କମାଲ ଦେଖାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ନବାଗତ ଷ୍ଟାର ତାପସ ଦାସ । ଏବେ ପୁଣି ସେ ରଣଜୀରେ ମଧ୍ୟ ନିଜ କମାଲ ଦେଖାଇଛନ୍ତି । ଆଉ ମେଘାଳୟ ବିପକ୍ଷ ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । 

ତାପସ ଦାସ ରଣଜୀର ପ୍ରଥମ ପର୍ୟ୍ୟାୟରେ ଓଡିଶା ଟିମରେ ସ୍ଥାନ ପାଇଥିଲେ ବି ତାଙ୍କୁ ସୁଯୋଗ ମିଳିନଥିଲା । ହେଲେ ବିଜୟ ହଜାରେ ଟ୍ରଫିରେ ତାଙ୍କୁ ସୁଯୋଗ ମିଳିଥିଲା ମଣିପୁର ବିପକ୍ଷରେ । ସେ ସେହି ମ୍ୟାଚରେ ୧୭ ରନ ଦେଇ ୪ ଓ୍ବିକେଟ ନେଇ ମ୍ୟାନ ଅଫ ଦ ମ୍ୟାଚ ହୋଇଥିଲେ । ତାଙ୍କର ଏଭଳି ପ୍ରଭାବୀ ପ୍ରଦର୍ଶନ ପାଇଁ ତାଙ୍କୁ ରଣଜୀ ଦ୍ବିତୀୟ ପର୍ୟ୍ୟାୟ ମ୍ୟାଚରେ ମେଘାଳୟ ବିପକ୍ଷରେ ସୁଯୋଗ ମିଳିଥିଲା । ଆଉ ଏଥିରେ ସେ ପ୍ରଥମ ଇଂନିସରେ ହିଁ ନିଜ କମାଲ ଦେଖାଇଥିଲେ । ସେ ୨୦ ଓଭର ବୋଲିଂ କରି ୬୭ ରନ ଦେଇ ୬ ଓ୍ବିକେଟ ନେଇଥିଲେ । ଆଉ ଦ୍ବିତୀୟ ଇଂନିସରେ ୧ ଓ୍ବିକେଟ ନେଇଥିଲେ । ତାଙ୍କର ଏହି ପ୍ରଦର୍ଶନ ପାଇଁ ତାଙ୍କୁ ରଣଜୀ ଡେବ୍ୟୁ ମ୍ୟାଚରେ ବି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe