ବିଧିବଦ୍ଧ ଦାୟିତ୍ବ ନେଲେ କଂଗ୍ରେସର ନୂଆ ମୁଖିଆ : ଦାୟିତ୍ବ ପରେ ସଭାପତିଙ୍କ ସୂଚନା ଆମକୁ ବଳ ଦେବ ଲୋକଙ୍କ ଭିକ୍ଷା’

Advertisment

ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କ ସାମ୍ବାଦିକ ସମ୍ମିଳନୀ  , ସାମ୍ବାଦିକ ସମ୍ବିଳନୀ କରି ସେ କହିଛନ୍ତି  ସଂଗଠନ କୁ ସୁଦୃଢ କରିବା ପାଇ କିଛି ନୂଆ କରିବାକୁ ଆମେ ଚେଷ୍ଟା କରିଛୁ ସେଥିପାଇଁ ବିମାନ ବନ୍ଦର ରୁ ସିଧା ଜଗନ୍ନାଥ ମନ୍ଦିର କୁ ଚାଲିଥିଲୁ  ପଦ ଯାତ୍ରା ର ସଂଙ୍କଳ୍ପ ବି ନେଲୁ

Updated On

ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କ ସାମ୍ବାଦିକ ସମ୍ମିଳନୀ  , ସାମ୍ବାଦିକ ସମ୍ବିଳନୀ କରି ସେ କହିଛନ୍ତି  ସଂଗଠନ କୁ ସୁଦୃଢ କରିବା ପାଇ କିଛି ନୂଆ କରିବାକୁ ଆମେ ଚେଷ୍ଟା କରିଛୁ ସେଥିପାଇଁ ବିମାନ ବନ୍ଦର ରୁ ସିଧା ଜଗନ୍ନାଥ ମନ୍ଦିର କୁ ଚାଲିଥିଲୁ  ପଦ ଯାତ୍ରା ର ସଂଙ୍କଳ୍ପ ବି ନେଲୁ

ଅଦ୍ୟତନ ହୋଇଛି
new pcc

new pcc Photograph: (KanakNews )

କନକବ୍ୟୁରୋ : କଂଗ୍ରେସକୁ ମିଳିଛି ନୂଆ ମୁଖିଆ। ଭକ୍ତଚରଣ ଦାସ ନୂଆ ପିସିସି ସଭାପତି ହୋଇଛନ୍ତି। ନୂଆ ମୁଖିଆ ପାଇବା ପରେ ଚଳଚଞ୍ଚଳ ହୋଇଉଠିଛି କଂଗ୍ରେସ ଭବନ। ଏହାରି ଭିତରେ ସାମ୍ନାକୁ ଆସିଛି ନିଆରା ଦୃଶ୍ୟ। ନୂଆ ମୁଖିଆଙ୍କୁ ସ୍ବାଗତ ପୂର୍ବରୁ କଂଗ୍ରେସ କାର୍ଯ୍ୟାଳୟରେ ହୋଇଛି ହୋମଯଜ୍ଞ। ରିଷ୍ଟ ଖଣ୍ଡନ ପାଇଁ ହୋମଯଜ୍ଞ କରାଯାଇଛି। ପୂଜକଙ୍କ ଉପସ୍ଥିତିରେ ପୂଜା କରାଯାଇଛି। ସେପଟେ ସଂକଳ୍ପ ଯାତ୍ରା ସାରି କଂଗ୍ରେସ ଭବନରେ ଭକ୍ତ ଦାସ। ଭବ୍ୟସ୍ବାଗତ କଲେ ନେତା ଓ କର୍ମୀ। ଶୁଭବେଳା ବେଳା ଦେଖି କଂଗ୍ରେସ ଭବନ ଭିତରକୁ ପ୍ରବେଶ କରିଛନ୍ତି ।

ତାଙ୍କ ସହ ଅଛନ୍ତି ପ୍ରଭାରୀ ଅଜୟ କୁମାର ଲଲୁ। କଂଗ୍ରେସକୁ ଆଗକୁ ନେବା ପାଇଁ ସମସ୍ତ ବରିଷ୍ଠ ନେତାଙ୍କୁ ଡାକିଛନ୍ତି ଭକ୍ତ ଦାସ। ଏଥିସହ ସାମ୍ବାଦିକ ସମ୍ବିଳନୀ କରି ସେ କହିଛନ୍ତି  ସଂଗଠନ କୁ ସୁଦୃଢ କରିବା ପାଇ କିଛି ନୂଆ କରିବାକୁ ଆମେ ଚେଷ୍ଟା କରିଛୁ ସେଥିପାଇଁ ବିମାନ ବନ୍ଦର ରୁ ସିଧା ଜଗନ୍ନାଥ ମନ୍ଦିର କୁ ଚାଲିଥିଲୁ  ପଦ ଯାତ୍ରା ର ସଂଙ୍କଳ୍ପ ବି ନେଲୁ , ସେହି ସଂଙ୍କଳ୍ପ ଭିତରେ  ଥିଲା ସମର୍ପଣ ଭାବ  ଜଗନ୍ନାଥ ଙ୍କ ମାର୍ଗ ଦର୍ଶନ ରହିଛି ଗରିବ ଙ୍କ ପାଇଁ କାମ କରିବାକୁ , ଏଥିସହ  ସମସ୍ତଙ୍କ ସହଯୋଗ ମୋ ସହ ଅଛି  , ରାଜ୍ୟବାସୀ ଙ୍କୁ ନିବେଦନ ଆପଣଙ୍କ ସହଯୋଗ ଦରକାର 

ବିଜେପି, ବିଜେଡି ଭଳି ଆମ ପାଖରେ ପଇସା ନାହିଁ  , ଲୋକଙ୍କୁ ଭିକ ମାଗିବୁ, ଲୋକଙ୍କ ଟଙ୍କା ରେ କଂଗ୍ରେସ ତିଆରି କରିବୁ  , ନାରୀ ସମ୍ମାନ ନାହିଁ, ଯୁବକ ଙ୍କ ପ୍ରତି ସମ୍ମାନ ନାହିଁ  ଜଣେ ପ୍ରେସିଡେଣ୍ଟ ହେଲା ମାନେ ସିଏ ହିଁ ସବୁକିଛି ତାହା ନୁହଁ  ମତେ ଯିଏ ଯାହା କହୁ ସବୁ ଶୁଣିବାକୁ ମୁଁ ପ୍ରସ୍ତୁତ  ଲହୁ ଲୁହ ଦେଇ ଦଳ କୁ ତିଆରି କରିବି  , ବିଭିନ୍ନ ରାଜ୍ୟ ରେ ବହୁ ବଡ଼ ଦାୟିତ୍ୱ ସୋନିଆ ଗାନ୍ଧି, ରାହୁଲ ଗାନ୍ଧୀ ଦେଇଛନ୍ତି  , ଦଳ ତିଆରି କରି ତାଙ୍କ ଋଣ ସୁଝିବି ଏଥିସହ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲାଲୁ ମଧ୍ୟ  ସାମ୍ବାଦିକ ସମ୍ମୀଳନୀ କରିଛନ୍ତି  , ଏଥସହ ଜଣେ ସଂଘର୍ଷ କାରୀ ନେତା ଙ୍କୁ ଓଡିଶା ଦାୟିତ୍ୱ ଦିଆଯାଇଛି  ,

ଶସକ୍ତ ବିରୋଧୀ ଭାବେ କଂଗ୍ରେସ କାମ କରିବ କିଷାନ, ଗରିବ ଙ୍କ କଥା କଂଗ୍ରେସ ଉଠାଇବ , ଏଥିସହ  ଜିଲ୍ଲା କଂଗ୍ରେସ, ବ୍ଲକ କଂଗ୍ରେସ କୁ ଗତିଶୀଳ କରାଯିବ   ୪  ବର୍ଷ ରେ ୩୬ ହଜାର ମହିଳା ଓ ୮୪୦୦ ଶିଶୁ ନିଖୋଜ ହୋଇଛନ୍ତି  , ଏଥିସହ ମହିଳା ଶିଶୁ କୁଆଡେ ଗଲେ ଗୃହ ମନ୍ତ୍ରୀ କେଉଁଠି ସୋଇଛନ୍ତି ସେ ନେଇ ସେ ପ୍ରଶ୍ନ କରିଛନ୍ତି ,  ସେ ଆହୁରି ମଧ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଖଣି ସମ୍ପଦ ର ଲୁଟ ହେଇଛି  ଲୋକଙ୍କ ସମସ୍ୟା  କୁ ନେଇ ସଡ଼କ ରୁ ସଦନ ଯାଏ କଂଗ୍ରେସ ଲଢେଇ କରିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe