କନକ ବ୍ୟୁରୋ : ରାଜ୍ୟରେ ଗଢ଼ି ଉଠିବ ଏକାଧିକ ସହର । ସିଙ୍ଗାପୁର ଠାରୁ ନିଆଯିବ ବୈଷୟିକ ସହାୟତା। ନୂଆ ସହର ଗଠନ ପାଇଁ ସିଙ୍ଗାପୁରର ସୁରବନ ଜୁରଙ୍ଗ ସହ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି । ସହର ବଢିବା ଯୋଗୁଁ ବହୁ ନୂଆ ଏନଏସି ଗଠନ ସହ ଅନେକ ଏନଏସିକୁ ମ୍ୟୁନିସପାଲିଟିରେ ରୂପାନ୍ତରିତ କରାଯିବ । ଖୁବଶୀଘ୍ର ରାଜ୍ୟ ସରକାର ଏନେଇ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏବେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନମୁଗରତ୍ନମ ଓଡ଼ିଶା ଗସ୍ତରେ ଆସିଛନ୍ତି । ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ଓ ସିଙ୍ଗାପୁରର ବିଭିନ୍ନ ସଂସ୍ଥା ସହ ୮ଟି ଏମଓୟୁ କରାଯାଇଛି ।