କନକ ବ୍ୟୁରୋ:ଓଡିଶାରେ ପୁରୁଣା ସହରର ହେବ ନବକଳେବର । ଏ ନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ପ୍ରତିକ୍ରିୟା । କହିଛନ୍ତି,ଓଡ଼ିଶାରେ ୧୭ ପ୍ରତିଶତ ଟାଉନ୍ ସିପ ରହିଛି ତାହା ୩୦ ପ୍ରତିଶତ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ । ଆମେ ୨୦୩୬ ରେ ବିକଶିତ ଓଡିଶା ପାଇଁ ଚିନ୍ତା କରୁଛୁ ତେଣୁ ସହରର ବିକାଶରେ ଓଡ଼ିଶାର ବିକାଶ ହେବ ଏନେଇ ଗୁରୁତ୍ୱ ଦିଆଯାଉଛି । ସବୁ ଡେଭଲପମେଣ୍ଟ ଅଧିକାରୀମାନଙ୍କ ସହ ଆଲୋଚନା ହୋଇଛି । କିଛି ଏଜେଣ୍ଡା ଅନୁସାରେ ଟାଉନସିପ୍ ବଢିଲେ ସହରର ବିକାଶରେ ଓଡ଼ିଶାର ବିକାଶ ହେବ । ଟାଉନ ପ୍ଲାନିଂ ସ୍କିମରେ ନୂଆ ସହର ହେବ ରିଂ ରୋଡ଼ ହେବ । ଯେଉଁଠି ଟାଉନ ପ୍ଲାନର ଅଭାବ ଅଛି ତାହା ପୂରଣ କରାଯିବ । ବିଭିନ୍ନ ଯୋଜନା କେନ୍ଦ୍ର ଓ ରାଜ୍ୟ ସରକାର କରୁଛନ୍ତି । ଯେଉଁ ଅଞ୍ଚଳରେ ପୁରୁଣା ସହର ରହିଛି ପୁରୁଣା ଘର ବା ଜାଗା ଅଛି ହେଲେ ଲୋକ ରାସ୍ତା କଥା ଭାବି ଘରଟିର କରି ପାରୁନାହାନ୍ତି ସେଥିପାଇଁ ନୂଆ ଆଇନ ଆସିବାକୁ ଯାଉଛି । ଯଦ୍ୱାରା ସହରିକରଣ ସରଳିକାରଣ ହେବ ଓ ପୁରୁଣା ସିଟି ଗୁଡିକରେ ମଧ୍ୟ ଲୋକମାନେ ଘର କରିପାରିବେ । ଟ୍ରାଇ ସିଟି ଡେଭଲପେମଣ୍ଟ ଅଧିକାରୀ ମାନଙ୍କ ସହ ଆଲୋଚନା ହୋଇଛି । ଏହା ସହ ବ୍ରହ୍ମପୁରର ବିକାଶ ପାଇଁ ସ୍ବେରେଜ ଓ ଡ୍ରେନେଜ ପାଇଁ ଆଲୋଚନା ହୋଇଛି ।
ନୂଆ ଟିପି ସ୍କିମରେ ବୃହତ ସମ୍ବଲପୁର ଓ ବୃହତ ରାଉରକେଲା ପାଇଁ ଆଲୋଚନା ହୋଇଛି । ବିଲ୍ଡର ହୁଅନ୍ତୁ କି ସାଧାରଣ ଲୋକ ସରଳ ପ୍ରକ୍ରିୟାରେ ଲୋକମାନେ ନିର୍ଦ୍ଧାରିତ ସମୟରେ ଘର କରିବା କେମିତି ସମ୍ଭବ ହେବ ସେନେଇ ଆଲୋଚନା ହୋଇଛି । ପାର୍ଟ ପ୍ଲଟ ପାଇଁ ବ୍ୟବସ୍ଥା କରାଯାଉଛି । ଯେଉଁ ଘର ଗୁଡିକ ପାଇଁ ରେଜିଷ୍ଟ୍ରେସନରେ ବାଧା ଥିଲା ତାହା ମଧ୍ୟ ସମାଧାନ କରାଯାଉଛି । ଏ ହେଉଛି ଲୋକଙ୍କ ସରକାର ତେଣୁ ଲୋକଙ୍କ ପାଇଁ ଯାହା ଯାହା ଆବଶ୍ୟକ ସବୁ କରାଯିବ । ମୋଦୀଙ୍କ ଗସ୍ତ ଓ ଉତ୍କର୍ଷ ଓଡ଼ିଶାକୁ ନେଇ ମନ୍ତ୍ରୀ କହିଛନ୍ତି: ନୂଆ ସରକାର ହେବା ପରେ ପ୍ରଧାନମନ୍ତ୍ରୀ ଙ୍କ ଫୋକସରେ ରହିଛି ଓଡିଶା । ଓଡ଼ିଶାର ଲୋକଙ୍କ ଆର୍ଥିକ ମାନଦଣ୍ଡ ବଢାଇବାକୁ ସେ ଚାହାନ୍ତି ଏଥିପାଇଁ ଓଡ଼ିଶାରେ ବିଜେପି ସରକାର ହେବା ପରେ ମୋଦୀଙ୍କର ଏହା ପଞ୍ଚମ ଗସ୍ତ ରହିଛି । ଉତ୍କର୍ଷ ଓଡିଶା ଲ୍ୟାଣ୍ଡମାର୍କ ହେବ । ଇନଭେଷ୍ଟର ମାନେ ଆସୁଛନ୍ତି । ଏହାଦ୍ୱାରା ନଗର ଉନ୍ନୟନ ବିଭାଗର ଉନ୍ନତି ହେବ । ଓଡ଼ିଶାର ଲୋକମାନେ ଆଉ ଦାଦନ ଖଟିବାକୁ ବାହାରକୁ ଯିବେ ନାହିଁ ବରଂ ବାହାରୁ ଲୋକ ଆସି ଏଠି ଦାଦନ ଖଟିବାକୁ ଆସିବେ ।