ଗାଦି ମାଡ଼ି ବସିଥିବା ଅଧିକାରୀଙ୍କ ଭିତରେ ଛନକା ; ଜୁନ୍ ୧୫ ଭିତରେ ହେବ ବଦଳି

ବର୍ଷ ବର୍ଷ ଧରି ଚୌକି ଛାଡ଼ୁନଥିବା ଅଧିକାରୀଙ୍କ ଭିତରେ ଛନକା । କଡ଼ାକଡ଼ି ହେବ ଓଡ଼ିଶା ମ୍ୟୁନିସିପାଲ ସର୍ଭିସ୍‌ ରୁଲ୍ସ । ଜୁନ୍ ୧୫ ଭିତରେ ସାଧାରଣ ବଦଳି । ୩ ବର୍ଷରୁ ଅଧିକ ଗୋଟିଏ ସ୍ଥାନରେ ରହିପାରିବେ ନାହିଁ ଗ୍ରୁପ୍‌-ବି ଓ ଉପରିସ୍ଥ ଅଧିକାରୀ  

officer's  transfer

officer's transfer Photograph: (KanakNews)

କନକ ବ୍ୟୁରୋ: ନିୟମ ଥିଲା, କେହି ମାନୁନଥିଲେ । ସର୍କୁଲାରର ଶଙ୍ଖି ମୋଡ଼ି ଦେଇଥିଲେ ବାବୁ । ଏବେ ୯ ବର୍ଷ ପରେ ନଗର ଉନ୍ନୟନ ବିଭାଗକୁ ଫେରିଛି ପୁରୁଣା ନିର୍ଦ୍ଦେଶ । ଆଉ ସଚିବଙ୍କ ଚିଠି ବଢ଼ାଇଛି ଗାଦିମଡ଼ାଙ୍କ ହାର୍ଟ ବିଟ୍‌ ।


ନଗର ଉନ୍ନୟନ ବିଭାଗ ସଚିବ ଉଷା ପାଢ଼ୀଙ୍କ ଚିଠି ବଡ଼ ଅଧିକାରୀଙ୍କ ଛାତିରେ ଛନକା ଭରିଛି । ୧,୨,୩,୪ କରି ୧୬ଟି ପଏଣ୍ଟ କାଢ଼ିଛନ୍ତି ସଚିବ । ଏପ୍ରିଲ୍‌ ୧୫ରୁ ଜୁନ୍ ୧୫ ଭିତରେ ସାଧାରଣ ବଦଳି ହେବ । ନିହାତି ଜରୁରି ଥିଲେ ଉପରିସ୍ଥ ଅଧିକାରୀଙ୍କ ଅନୁମତି ଲୋଡ଼ା । କଡ଼ାକଡ଼ି ପାଳନ ହେବ ଓଡ଼ିଶା ମ୍ୟୁନିସିପାଲ ସର୍ଭିସ୍‌ ରୁଲ୍ସ, ୨୦୧୬ । ଗ୍ରୁପ୍‌-ବି ଓ ଏହାର ଉପରକୁ ଥିବା ଅଧିକାରୀ ୩ ବର୍ଷରୁ ଅଧିକ ଗୋଟିଏ ସ୍ଥାନରେ ରହିପାରିବେ ନାହିଁ । ଫଳରେ ଗାଦିମଡ଼ା ବାବୁଙ୍କ ଭିତରେ ଛନକା ପଶିଛି । ବର୍ଷ ବର୍ଷ ଧରି ଚୌକି ଛାଡ଼ୁନଥିବା ଅଧିକାରୀଙ୍କ ଯୋଗୁଁ ଦୁର୍ନୀତି ବଢୁଥିବା ଅଭିଯୋଗର ବି ଲମ୍ବା ଫର୍ଦ୍ଦ । ତେଣୁ ନୂଆ ସରକାରରେ ଏ କ୍ଷେତ୍ରରେ ଶୂନ୍ୟ ସହନଶୀଳତା ପଲିସି ଲାଗି ନିଷ୍ପତ୍ତି ନିଆଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe