କନକ ବ୍ୟୁରୋ: ନିୟମ ଥିଲା, କେହି ମାନୁନଥିଲେ । ସର୍କୁଲାରର ଶଙ୍ଖି ମୋଡ଼ି ଦେଇଥିଲେ ବାବୁ । ଏବେ ୯ ବର୍ଷ ପରେ ନଗର ଉନ୍ନୟନ ବିଭାଗକୁ ଫେରିଛି ପୁରୁଣା ନିର୍ଦ୍ଦେଶ । ଆଉ ସଚିବଙ୍କ ଚିଠି ବଢ଼ାଇଛି ଗାଦିମଡ଼ାଙ୍କ ହାର୍ଟ ବିଟ୍ ।
ନଗର ଉନ୍ନୟନ ବିଭାଗ ସଚିବ ଉଷା ପାଢ଼ୀଙ୍କ ଚିଠି ବଡ଼ ଅଧିକାରୀଙ୍କ ଛାତିରେ ଛନକା ଭରିଛି । ୧,୨,୩,୪ କରି ୧୬ଟି ପଏଣ୍ଟ କାଢ଼ିଛନ୍ତି ସଚିବ । ଏପ୍ରିଲ୍ ୧୫ରୁ ଜୁନ୍ ୧୫ ଭିତରେ ସାଧାରଣ ବଦଳି ହେବ । ନିହାତି ଜରୁରି ଥିଲେ ଉପରିସ୍ଥ ଅଧିକାରୀଙ୍କ ଅନୁମତି ଲୋଡ଼ା । କଡ଼ାକଡ଼ି ପାଳନ ହେବ ଓଡ଼ିଶା ମ୍ୟୁନିସିପାଲ ସର୍ଭିସ୍ ରୁଲ୍ସ, ୨୦୧୬ । ଗ୍ରୁପ୍-ବି ଓ ଏହାର ଉପରକୁ ଥିବା ଅଧିକାରୀ ୩ ବର୍ଷରୁ ଅଧିକ ଗୋଟିଏ ସ୍ଥାନରେ ରହିପାରିବେ ନାହିଁ । ଫଳରେ ଗାଦିମଡ଼ା ବାବୁଙ୍କ ଭିତରେ ଛନକା ପଶିଛି । ବର୍ଷ ବର୍ଷ ଧରି ଚୌକି ଛାଡ଼ୁନଥିବା ଅଧିକାରୀଙ୍କ ଯୋଗୁଁ ଦୁର୍ନୀତି ବଢୁଥିବା ଅଭିଯୋଗର ବି ଲମ୍ବା ଫର୍ଦ୍ଦ । ତେଣୁ ନୂଆ ସରକାରରେ ଏ କ୍ଷେତ୍ରରେ ଶୂନ୍ୟ ସହନଶୀଳତା ପଲିସି ଲାଗି ନିଷ୍ପତ୍ତି ନିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/05/29/BNGVjXWcpjtzkW9KQSr4.jpg)