କନକ ବ୍ୟୁରୋ: ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ଭଳି, ସମୟ ଗଡ଼ିବା ସହ ଗଡ଼ିବାରେ ଲାଗିଛି ବିଜେପିର ନୂଆ ରାଜ୍ୟ ସଭାପତି ଘୋଷଣା । ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟ ବିଜେପି ସଭାପତି ଚୟନ ନେଇ ସୂଚନା ମିଳୁଥିବା ଭିତରେ, ଗୁରୁବାର ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଦେଇଛନ୍ତି ବଡ଼ ବୟାନ । ଫେବ୍ରୁଆରୀ ସୁଦ୍ଧା ରାଜ୍ୟ ବିଜେପିକୁ ନୂଆ ସଭାପତି ମିଳିବ । ରାଜ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶା ଆସି ଏନେଇ ଆଲୋଚନା କରିଛନ୍ତି । ତେବେ ପୁଣିଥରେ ରାଜ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶା ଆସିବେ । ଏହାସହ ବାକି ୧୪ ଜିଲ୍ଲାରେ ସଭାପତି ନାଁ ମଧ୍ୟ ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି କନ୍ଧମାଳ ସାଂସଦ ତଥା ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ସୁକାନ୍ତ ପାଣିଗ୍ରାହୀ ।
ରାଜ୍ୟ ବିଜେପି ସଭାପତି ଘୋଷଣା ପ୍ରସଙ୍ଗ । ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀଙ୍କ ବୟାନ
ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ଭଳି, ସମୟ ଗଡ଼ିବା ସହ ଗଡ଼ିବାରେ ଲାଗିଛି ବିଜେପିର ନୂଆ ରାଜ୍ୟ ସଭାପତି ଘୋଷଣା । ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟ ବିଜେପି ସଭାପତି ଚୟନ ନେଇ ସୂଚନା ମିଳୁଥିବା ଭିତରେ, ଗୁରୁବାର ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଦେଇଛନ୍ତି ବଡ଼ ବୟାନ
/kanak/media/media_files/2025/01/30/xknINRuTnH7ZuIOB6F8j.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)