୮ ଶହ ଏକର ଜମିରେ ନିର୍ମାଣ ହେବ ନୂଆ ଭୁବନେଶ୍ୱର, ଡିପିଆର ପ୍ରସ୍ତୁତ କରୁଛି ସିଙ୍ଗାପୁରର ଏକ କମ୍ପାନି

 ଚିହ୍ନଟ ହୋଇଥିବା ଜାଗାର ୭୦ ପ୍ରତିଶତ ସରକାରୀ ଜାଗା। ତେଣୁ ବାକି ଜଙ୍ଗଲ ଜମି ଏବଂ ଘରୋଇ ଜାଗା ପାଇଁ ଅଧିଗ୍ରହଣ ବ୍ୟବସ୍ଥା ଖୁବଶୀଘ୍ର ହେବ। ଏପଟେ ପୂର୍ବରୁ ଥିବା ଟିପି ସ୍କିମ୍‌ ଏବେ ସୁଦ୍ଧା କାର୍ଯ୍ୟକାରୀ  ହୋଇପାରିନାହିଁ । ଏଭଳି ସ୍ଥିତିରେ ନୂଆ ସହରର ପରିକଳ୍ପନା କେତେଦୂର କାର୍ଯ୍ୟକାରୀ  ହେବ, ପ୍ରଶ୍ନ ଉଠାଇଛନ୍ତି ଅର୍ବାନ ପ୍ଲାନର ।

28

କନକ ବ୍ୟୁରୋ : ଭୁବନେଶ୍ୱରର ମଳିପଡ଼ା, ଗୋଠପାଟଣା, ଦାସପୁରର ୮ଶହ ଏକର ଜାଗାରେ ହେବ ନୂଆ ସହର । ଗମନାଗମନ ଠାରୁ ସ୍ବେରେଜ୍‌, ଡ୍ରେନେଜ, ସୁଉଚ୍ଚ ଅଟ୍ଟାଳିକା, ଆଇଟି ପାର୍କ, ମେଡିକାଲ ସହ ରହିବ ସମସ୍ତ ପ୍ରକାର ସୁବିଧା। ଏନେଇ ପ୍ରସ୍ତୁତ ହେବ ଡିପିଆର । ସିଙ୍ଗାପୁରର ସୁବର୍ଣ୍ଣଜୋଡଙ୍ଗ ପ୍ରାଇଭେଟ୍‌ ଲିମିଟେଡକୁ ୧୬କୋଟି ୨୩ ଲକ୍ଷର ପ୍ରୋଜେକ୍ଟ ଦିଆଯାଇଛି । ୧୫ବର୍ଷରେ ୮ହଜାର ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ ହୋଇଛି । 

 ଚିହ୍ନଟ ହୋଇଥିବା ଜାଗାର ୭୦ ପ୍ରତିଶତ ସରକାରୀ ଜାଗା। ତେଣୁ ବାକି ଜଙ୍ଗଲ ଜମି ଏବଂ ଘରୋଇ ଜାଗା ପାଇଁ ଅଧିଗ୍ରହଣ ବ୍ୟବସ୍ଥା ଖୁବଶୀଘ୍ର ହେବ। ଏପଟେ ପୂର୍ବରୁ ଥିବା ଟିପି ସ୍କିମ୍‌ ଏବେ ସୁଦ୍ଧା କାର୍ଯ୍ୟକାରୀ  ହୋଇପାରିନାହିଁ । ଏଭଳି ସ୍ଥିତିରେ ନୂଆ ସହରର ପରିକଳ୍ପନା କେତେଦୂର କାର୍ଯ୍ୟକାରୀ  ହେବ, ପ୍ରଶ୍ନ ଉଠାଇଛନ୍ତି ଅର୍ବାନ ପ୍ଲାନର ।

 ନୂଆ ସହରକୁ ମେଟ୍ରୋ କନେକଟିଭିଟି ସହ ଆଉଟର ରିଙ୍ଗ ରୋଡ୍‌ ଏବଂ ସେଣ୍ଟ୍ରାଲ ରିଙ୍ଗ ରୋଡ୍ ଦ୍ୱାରା ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe