କନକ ବ୍ୟୁରୋ : ଭୁବନେଶ୍ୱରର ମଳିପଡ଼ା, ଗୋଠପାଟଣା, ଦାସପୁରର ୮ଶହ ଏକର ଜାଗାରେ ହେବ ନୂଆ ସହର । ଗମନାଗମନ ଠାରୁ ସ୍ବେରେଜ୍, ଡ୍ରେନେଜ, ସୁଉଚ୍ଚ ଅଟ୍ଟାଳିକା, ଆଇଟି ପାର୍କ, ମେଡିକାଲ ସହ ରହିବ ସମସ୍ତ ପ୍ରକାର ସୁବିଧା। ଏନେଇ ପ୍ରସ୍ତୁତ ହେବ ଡିପିଆର । ସିଙ୍ଗାପୁରର ସୁବର୍ଣ୍ଣଜୋଡଙ୍ଗ ପ୍ରାଇଭେଟ୍ ଲିମିଟେଡକୁ ୧୬କୋଟି ୨୩ ଲକ୍ଷର ପ୍ରୋଜେକ୍ଟ ଦିଆଯାଇଛି । ୧୫ବର୍ଷରେ ୮ହଜାର ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ ହୋଇଛି ।
ଚିହ୍ନଟ ହୋଇଥିବା ଜାଗାର ୭୦ ପ୍ରତିଶତ ସରକାରୀ ଜାଗା। ତେଣୁ ବାକି ଜଙ୍ଗଲ ଜମି ଏବଂ ଘରୋଇ ଜାଗା ପାଇଁ ଅଧିଗ୍ରହଣ ବ୍ୟବସ୍ଥା ଖୁବଶୀଘ୍ର ହେବ। ଏପଟେ ପୂର୍ବରୁ ଥିବା ଟିପି ସ୍କିମ୍ ଏବେ ସୁଦ୍ଧା କାର୍ଯ୍ୟକାରୀ ହୋଇପାରିନାହିଁ । ଏଭଳି ସ୍ଥିତିରେ ନୂଆ ସହରର ପରିକଳ୍ପନା କେତେଦୂର କାର୍ଯ୍ୟକାରୀ ହେବ, ପ୍ରଶ୍ନ ଉଠାଇଛନ୍ତି ଅର୍ବାନ ପ୍ଲାନର ।
ନୂଆ ସହରକୁ ମେଟ୍ରୋ କନେକଟିଭିଟି ସହ ଆଉଟର ରିଙ୍ଗ ରୋଡ୍ ଏବଂ ସେଣ୍ଟ୍ରାଲ ରିଙ୍ଗ ରୋଡ୍ ଦ୍ୱାରା ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି।