କନକ ବ୍ୟୁରୋ: ସୁଭଦ୍ରା ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ଆଜି ମିଳିବ । କୋଟିଏରୁ ଅଧିକ ମହିଳା ହିତାଧିକାରୀଙ୍କ ପାଖରେ ପହଞ୍ଚିବ ସୁଭଦ୍ରା ଟଙ୍କା । ୨ ଲକ୍ଷ ୩୦ ହଜାରରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଖାତାରେ ସିଧା ସଳଖ ପଞ୍ଚମ ପର୍ଯ୍ୟାୟ ଟଙ୍କା ପଡିବ । ପୂର୍ବରୁ ପ୍ରଥମ କିସ୍ତିର ଚାରିଟି ପର୍ଯ୍ୟାୟରେ ୯୮ ଲକ୍ଷ ୩୦ ହଜାରରୁ ଅଧିକ ମହିଳା ସୁଭଦ୍ରା ସହାୟତା ପାଇଥିଲେ । ପଞ୍ଚମ ପର୍ଯ୍ୟାୟରେ ଆଜି କୋଟିଏରୁ ଅଧିକ ମହିଳା ହିତାଧିକାରୀଙ୍କୁ ଟଙ୍କା ଦିଆହେବ । ଦିନକ ପରେ ପୁଣି ସୁଭଦ୍ରାର ଦ୍ୱିତୀୟ କିସ୍ତି ପାଇବେ କୋଟିଏରୁ ଅଧିକ ମହିଳା । ଅର୍ଥାତ୍ ଆଜି ଓ ଆସନ୍ତା ଶୁକ୍ରବାର ପୁଣି ସୁଭଦ୍ରା ଟଙ୍କା ମିଳିବ । ମାତ୍ର ତିନି ଦିନରେ ମହିଳା ହିତାଧିକାରୀ ପାଇବେ ୧୦ ହଜାର ଟଙ୍କା । ଯେଉଁମାନଙ୍କୁ ସୁଭଦ୍ରା ଟଙ୍କା ଆଦୌ ମିଳିନାହିଁ କିମ୍ୱା ଆବେଦନ କରିନାହାନ୍ତି, ସେମାନେ ବ୍ୟସ୍ତ ନହେବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଚଳିତ ଥର ମାର୍ଚ୍ଚ ୩୧ ରହିଛି ସୁଭଦ୍ରା ଆବେଦନର ଶେଷ ତାରିଖ । ଏହି ସମୟ ଭିତରେ ଆବେଦନ କଲେ ରକ୍ଷା ବନ୍ଧନ ବେଳକୁ ଏକାଥରେ ହିତାଧିକାରୀ ପାଇବେ ସୁଭଦ୍ରାର ତିନୋଟି କିସ୍ତି । ଅନ୍ୟପଟେ ମାର୍ଚ୍ଚ ୩୧ ପରେ ସୁଭଦ୍ରା ଆବେଦନ ବନ୍ଦ ହେବ ଓ ସରକାର ଘରକୁ ଘର ବୁଲି ସୁଭଦ୍ରାରୁ ବଞ୍ଚିତ ହିତାଧିକାରୀଙ୍କ ସର୍ଭେ କରିବେ ବୋଲି ସୂଚନା ମିଳିଛି ।