କନକ ବ୍ୟୁରୋ: ରାଜ୍ୟରେ ନୂଆକରି ନିର୍ମାଣ ହେବ ସେକ୍ରେଟେରିଏଟ୍ (ଲୋକସେବା ଭବନ) ଏବଂ ବିଧାନସଭା । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତାଙ୍କ କହିବା ମୁତାବକ, ନୂତନ ଭାବେ ଲୋକସେବା ଭବନ ଏବଂ ବିଧାନସଭାର ନିର୍ମାଣ ହେବ । ଓଡ଼ିଶା ଏକ ବାତ୍ୟା ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଅନେକ ସ୍ଥାନରେ ବାତ୍ୟା ପ୍ରତିରୋଧ ବିଲ୍ଡିଂ ନିର୍ମାଣ ହେବାର ଆବଶ୍ୟକତା ରହିଛି । ତେଣୁ ନୂଆ ପ୍ରୋଜେକ୍ଟକୁ ସଠିକ୍ ସମୟରେ ସାରିବାକୁ ସରକାର ଫୋକସରେ ରଖିଛନ୍ତି । ଏହାସହ ଭୁବନେଶ୍ୱରରେ ଓଡ଼ିଶା ମଣ୍ଡପ ନିର୍ମାଣ କରାଯିବ । ନୂଆଦିଲ୍ଲୀରେ ଭାରତ ମଣ୍ଡପମ୍ ଭଳି ଓଡ଼ିଶାରେ ମଧ୍ୟ ବିଶ୍ୱସ୍ତରୀୟ କନଭେନସନ୍ ପାଇଁ ସରକାର ପରିକଳ୍ପନା କରିଥିବା କହିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଖାଲି ସେତିକି ନୁହେଁ, ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଓଡ଼ିଶା ମଣ୍ଡପ ପାଇଁ ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ ସରିଛି । ଏହି ମଣ୍ଡପରେ ବୋର୍ଡରୁମଠୁ ଆରମ୍ଭ କରି ୧୦ ହଜାର ଲୋକ ବସି ପାରିଲା ଭଳି ସେଣ୍ଟର ନିର୍ମାଣ ହେବ । ଏହାସହ ନୂଆ ସେକ୍ରେଟେରିଏଟ୍ ଓ ବିଧାନସଭା ନିର୍ମାଣ କରାଯିବ । ଅନେକଗୁଡ଼ିଏ କାମ ଏବେ କନସେପ୍ଟ ଷ୍ଟେଜରେ ଅଛି ବୋଲି କହି, ଆଗକୁ ଏହାର କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ନୂଆକରି ତିଆରି ହେବ ବିଧାନସଭା-ଲୋକସେବା ଭବନ; ଭୁବନେଶ୍ୱରରେ ହେବ ଓଡ଼ିଶା ମଣ୍ଡପ
ଭୁବନେଶ୍ୱରରେ ଓଡ଼ିଶା ମଣ୍ଡପ ନିର୍ମାଣ କରାଯିବ । ନୂଆଦିଲ୍ଲୀରେ ଭାରତ ମଣ୍ଡପମ୍ ଭଳି ଓଡ଼ିଶାରେ ମଧ୍ୟ ବିଶ୍ୱସ୍ତରୀୟ କନଭେନସନ୍ ପାଇଁ ସରକାର ପରିକଳ୍ପନା କରିଥିବା କହିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
/kanak/media/media_files/2025/06/08/E5JHmgTOOvFlFsC6XDXL.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)