ନୂଆ ଉଡ଼ାଣ ଭରିବେ ଓଡ଼ିଶାବାସୀ । ଆରମ୍ଭ ହେବ ସିଧାସଳକ ବିମାନ ସେବା ।

ଜାନୁଆରୀ ୩ ତାରିଖରୁ ଭୁବନେଶ୍ୱର ଆନ୍ତର୍ଜତିକ ବିମାନ ବନ୍ଦରରୁ ଇନ୍ଦୋର, ଡେରାଡୁନ୍, କୋଚି, ଜୟପରୁ ଓ ଲକ୍ଷ୍ନୌକୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । 

ଅଦ୍ୟତନ ହୋଇଛି
New Project (36)

New Project (36) Photograph: (New Project (36))

କନକ ବ୍ୟୁରୋ: ଉଡ଼ାଣ ଯୋଜନାରେ ପୁଣି ନୂଆ ଉଡ଼ାଣ ଭରିବାକୁ ଯାଉଛି ଓଡ଼ିଶା ।  ନୂଆ ବର୍ଷରୁ ରାଜ୍ୟରୁ ଆହୁରି ସମ୍ପ୍ରସାରିତ ହେବ ବିମାନ ସେବା । ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଓ ମୁମ୍ବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ଏହାକୁ ନେଇ ଖୋଦ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଖାଲି ସେତିକି ନୁହେଁ, ଜାନୁଆରୀ ୩ ତାରିଖରୁ ଭୁବନେଶ୍ୱର ଆନ୍ତର୍ଜତିକ ବିମାନ ବନ୍ଦରରୁ ଇନ୍ଦୋର, ଡେରାଡୁନ୍, କୋଚି, ଜୟପରୁ ଓ ଲକ୍ଷ୍ନୌକୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଫଳରେ ବାହାର ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ସହରକୁ ଯୋଗାଯୋଗ ସୁଗମ ହେବା ସହ ଓଡ଼ିଶାର ପର୍ୟ୍ୟଟନରେ ବୃହତ୍ତର ଉନ୍ନତି ଆଶା କରାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe