କନକ ବ୍ୟୁରୋ: ଉଡ଼ାଣ ଯୋଜନାରେ ପୁଣି ନୂଆ ଉଡ଼ାଣ ଭରିବାକୁ ଯାଉଛି ଓଡ଼ିଶା ।  ନୂଆ ବର୍ଷରୁ ରାଜ୍ୟରୁ ଆହୁରି ସମ୍ପ୍ରସାରିତ ହେବ ବିମାନ ସେବା । ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଓ ମୁମ୍ବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ଏହାକୁ ନେଇ ଖୋଦ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଖାଲି ସେତିକି ନୁହେଁ, ଜାନୁଆରୀ ୩ ତାରିଖରୁ ଭୁବନେଶ୍ୱର ଆନ୍ତର୍ଜତିକ ବିମାନ ବନ୍ଦରରୁ ଇନ୍ଦୋର, ଡେରାଡୁନ୍, କୋଚି, ଜୟପରୁ ଓ ଲକ୍ଷ୍ନୌକୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଫଳରେ ବାହାର ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ସହରକୁ ଯୋଗାଯୋଗ ସୁଗମ ହେବା ସହ ଓଡ଼ିଶାର ପର୍ୟ୍ୟଟନରେ ବୃହତ୍ତର ଉନ୍ନତି ଆଶା କରାଯାଉଛି ।