କନକ ବ୍ୟୁରୋ: କର୍ଣ୍ଣାଟକର ବରିଷ୍ଠ ଆଇପିଏସ ଅଧିକାରୀଙ୍କ ସ୍ମଗଲର ଝିଅଙ୍କ ମାମଲାରେ ବଡ଼ ତଥ୍ୟ ପାଇଛି କଷ୍ଟମ ବିଭାଗ। ଦୁବାଇରୁ ଫେରୁଥିବା ବେଳେ ରାନ୍ୟା ରାଓଙ୍କୁ ବେଙ୍ଗାଲୁରୁ ବିମାନବନ୍ଦରରେ ଧରାପଡିଥିଲେ । ତାଙ୍କଠୁ ପ୍ରାୟ ୧୫ କିଲୋ ଓଜନର ସୁନା ଜବତ କରାଯାଇଛି । ବର୍ଷକରେ ୩୦ ଥର ଦୁବାଇ ଯାଇଥିଲେ ଏହି କନ୍ନଡ ଅଭିନେତ୍ରୀ । ସୁନା ସ୍ମଗଲିଙ୍ଗ କରି ଧରାପଡିଥିବା ବରିଷ୍ଠ ଆଇପିଏସ ଅଧିକାରୀଙ୍କ ଝିଅଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଦୁବାଇରୁ ବେଆଇନ ସୁନା ଚାଲାଣ କରି କୋଟିପତି ବନିଯାଇଛନ୍ତି କନ୍ନଡ ଅଭିନେତ୍ରୀ । 
ବର୍ଷରେ ସୁନା ସ୍ମଗଲିଂ କରି ପ୍ରାୟ ୪ କୋଟି ଟଙ୍କା ଆୟ କରିଛନ୍ତି ରାନ୍ୟା ରାଓ
ପ୍ରତି ସୁନା ଟ୍ରିପ ପିଛା ମିଳୁଥିଲା ୧୨ରୁ ୧୩ ଲକ୍ଷ ଟଙ୍କା
ବର୍ଷକରେ ୩୦ ଥର ଦୁବାଇ ଯାଇଛନ୍ତି ରାନ୍ୟା ରାଓ
ଏକ କିଲୋ ସୁନା ଆଣିବାକୁ ନେଉଥିଲେ ୧ ଲକ୍ଷ ଟଙ୍କା 

Advertisment

ନିଜ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ରାନ୍ୟା ପୁଲିସକୁ ଦୀର୍ଘଦିନ ହେବ ଭୁଆଁ ବୁଲାଇବା ସହ ସାଜିଥିଲା ଅର୍ନ୍ତରାଷ୍ଟ୍ରୀୟ ରାକେଟର କିଙ୍ଗପିନ୍ । ୧୫ ଦିନରେ ୪ଥର ଦୁବାଇ ଯିବା ପରେ ରାନ୍ୟାଙ୍କ ଉପରେ ସନ୍ଦେହ ବଢିଥିଲା। ପରେ ତାଙ୍କ ଗତିବିଧି ଉପରେ ନଜର ରଖିବା ସହ ଗିରଫ କରିଛି କଷ୍ଟମ ବିଭାଗ । ଦୁବାଇରୁ ଫେରୁଥିବା ବେଳେ ବୁଧବାର ବେଙ୍ଗାଲୁରୁ ବିମାନ ବନ୍ଦରରେ ରାନ୍ୟା ରାଓ ଧରାପଡିଥିଲେ। ତାଙ୍କଠୁ ୧୨ କୋଟି ଟଙ୍କାର ୧୫କେଜି ସୁନା ଜବତ ହୋଇଛି । ଏହା ପରେ କଷ୍ଟମ ବିଭାଗ ରାନ୍ୟା ରାଓଙ୍କ ବିଭିନ୍ନ ଠିକଣାରେ ଚଢାଉ କରି ପ୍ରାୟ ୨୨କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ୧୭.୨୯ କୋଟି ସୁନା ବିସ୍କୁଟ, ୨.୦୬ କୋଟି ଟଙ୍କାର ଅଳଙ୍କାର ଏବଂ ୨.୬୭ କୋଟି ଟଙ୍କାର ନଗଦ କ୍ୟାସ୍‌ ଜବତ କରିଛି ଡିଆରଆଇ । 

ଅଳଙ୍କାର ପିନ୍ଧିବା ସହ ଡ୍ରେସ ଓ ବେଲ୍ଟରେ ଲୁଚାଇ ସୁନା ଆଣୁଥିଲେ କନଡ୍ଡ ଅଭିନେତ୍ରୀ । ସେପଟେ ଝିଅର କଳାକାରନାମା ଧରାପଡିବା ପରେ ସଫେଇ ଦେଇଛନ୍ତି ଆଇପିଏସ ଅଧିକାରୀ ତଥା ରାନ୍ୟାଙ୍କ ବାପା। ରାନ୍ୟାଙ୍କ ବାପା କହିଛନ୍ତି ବିବାହ କରିବା ପରେ ୪ ମାସ ହେଲା ଝିଅ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ଯଦି ସେ ଦୋଷୀ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ରାନ୍ୟା ରାଓଙ୍କ ପିତା ହେଉଛନ୍ତି କର୍ଣ୍ଣାଟକର ଷ୍ଟେଷ୍ଟ ପୋଲିସ ହାଉସିଂ କର୍ପୋରେସନରେ ଡିଜିପି । ବରିଷ୍ଠ ଆପିଏସ ଅଧିକାରୀଙ୍କ ଝିଅଙ୍କଠୁ ଏତେ ପରିମାଣ ସୁନା ଜବତକୁ ନେଇ ଚର୍ଚ୍ଚା ଜୋର ଧରିଛି । ବଡ଼ ସ୍ମଗଲର ନେଟୱାର୍କ ସହ ରାନ୍ୟା ରାଓଙ୍କ ସହ ଲିଙ୍କ୍ ଥିବା ସନ୍ଦେହ କରୁଛି ପୁଲିସ ।