କନକ ବ୍ୟୁରୋ: ସରକାର ଡିଜିଟାଲ ଇଣ୍ଡିଆର ପ୍ରଚାର ପ୍ରସାର କରୁଛନ୍ତି । କିନ୍ତୁ ଓଡ଼ିଶାର ୧୯୦୦ ଗାଁରେ ମୋବାଇଲ କନେକ୍ଟିଭିଟି ବା ନେଟୱର୍କ ନାହିଁ। ଗୁରୁବାର ରାଜ୍ୟସଭାରେ କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି। ଡିଜିଟାଲ ଯୁଗରେ ମୋବାଇଲ ନେଟୱର୍କ ନଥିବା ଗାଁ ଲୋକ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଗ୍ରାଉଣ୍ଡ ଜିରୋକୁ ଯାଇ ନେଟୱର୍କ ନଥିବା ଗାଁର ସ୍ଥିତି ପରଖିଛି କନକ ନ୍ୟୁଜ ।     

Advertisment

ସରକାର ଡିଜିଟାଲ ଇଣ୍ଡିଆର ପ୍ରଚାର ପ୍ରସାର କରୁଛନ୍ତି । କିନ୍ତୁ ଓଡ଼ିଶାର ୧୯୦୦ ଗାଁରେ ମୋବାଇଲ କନେକ୍ଟିଭିଟି ବା ନେଟୱର୍କ ନାହିଁ। ଗୁରୁବାର ରାଜ୍ୟସଭାରେ କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି। ଡିଜିଟାଲ ଯୁଗରେ ମୋବାଇଲ ନେଟୱର୍କ ନଥିବା ଗାଁ ଲୋକ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଗ୍ରାଉଣ୍ଡ ଜିରୋକୁ ଯାଇ ନେଟୱର୍କ ନଥିବା ଗାଁର ସ୍ଥିତି ପରଖିଛି କନକ ନ୍ୟୁଜ ।     

ସରକାର ଡିଜିଟାଲ ଇଣ୍ଡିଆ ଫାଇବ ଜି ଯୁଗର କଥା କହୁଛନ୍ତି । ଯଦି ମୋବାଇଲ ନେଟୱର୍କ ପାଇଁ ଗାଁ ଲୋକ ଏମିତି ଦହଗଞ୍ଜ ହେବେ ସଂସଦରେ ପ୍ରସଙ୍ଗ ଉଠିବା ସ୍ବାଭାବିକ। ଏ ହେଉଛି ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକର ସର୍ଗିସିଂ ଓ ନିମାଲିଗୁଡ଼ା ଗାଁର ଦୃଶ୍ୟ।  ନେଟୱର୍କ ପାଇଁ କାହାକୁ ପାହାଡ଼ ଚଢ଼ିବାକୁ ପଡୁଛି ତ ଆଉ କାହାକୁ ଗାଁଠୁ ଦୂର ଉଚ୍ଚସ୍ଥାନକୁ ଆସିବାକୁ ପଡୁଛି। ମୋବାଇଲ ନେଟୱର୍କ ନଥିବାରୁ ଜରୁରୀ ସେବା ଓ ସରକାରୀ ଯୋଜନାର ସୁବିଧା ପାଇବା ମୁସ୍କିଲ ହୋଇପଡୁଛି ।  ଚାଷୀ ପଞ୍ଜିକରଣ ହେଉ କି ମଣ୍ଡି ଟୋକନ କି ସୁଭଦ୍ରା ଆବେଦନ । ବ୍ୟାଙ୍କ ସେବା ହେଉ କି ଆମ୍ୱୁଲାନ୍ସ ଡାକିବା କାମ। ଛାତ୍ରଛାତ୍ରୀଙ୍କ ଅନଲାଇନ କ୍ଲାସ ଅଭିଯୋଗ ଦାଖଲଠୁ କୋର୍ଟ, କଚେରୀ, ଜମିବାଡ଼ି କାମ ପାଇଁ ନେଟୱର୍କ ନଥିବାରୁ ଲୋକେ ହଇରାଣ ହେଉଛନ୍ତି ।  

ରାଜ୍ୟସଭାରେ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତର ଦେଇ ଟେଲି ଯୋଗାଯୋଗ ରାଷ୍ଟ୍ର ମନ୍ତ୍ରୀ ଚନ୍ଦ୍ରଶେଖର ପେମାସାନି କହିଛନ୍ତି ଓଡ଼ିଶାର ୫୧ ହଜାର ୧୭୬ ଗାଁ ମଧ୍ୟରୁ ୧୯୦୦ ଗାଁରେ ନେଟୱର୍କ ନାହିଁ । ନେଟୱର୍କ ନଥିବା ଗାଁ ଲୋକ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିବା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ପୂର୍ବରୁ ବିଧାନସଭାରେ ମୋବାଇଲ ନେଟୱାର୍କର ସ୍ଥିତି ସଂପର୍କରେ ସୂଚନା ଦେଇ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ, ରାଜ୍ୟର ୨୬୦୩ ଗାଁରେ ନେଟୱର୍କ ନାହିଁ । ଏହା ବାଦ ବି ରାଜ୍ୟର ଏମିତି ଅନେକ ଗାଁ ଅଛି, ଯେଉଁଠି ଟାୱାର ଅଛି ହେଲେ ନେଟୱର୍କ ଆସୁନି। ସେମାନଙ୍କ ସମସ୍ୟା କିଏ ବୁଝିବ ।