କନକ ବ୍ୟୁରୋ : ନାଁ ପାଇଁ ବିବାଦରେ ନିଟଫ୍ଲିକ୍ସର ଏକ ୱେବସିରିଜ୍ । ବିବାଦ ଘେରରେ ଛନ୍ଦି ହୋଇଛି ଅଗଷ୍ଟ ୨୯ରେ ନେଟଫ୍ଲିକ୍ସରେ ରିଲିଜ ହୋଇଥିବା ୱେବସିରିଜ୍ 'ଆଇସି ୮୧୪: ଦ କନ୍ଧାର ହାଇଜ୍ୟାକ' । ସିରିଜ ରିଲିଜ ପରେ ଲୋକେ ଏହାକୁ ନେଇ ଭଡକିଥିବା ବେଳେ ଏହାର ବୟକଟ୍ ନେଇ ଦାବି ଉଠାଇଥିଲେ । ବର୍ତ୍ତମାନ ଏହି ପ୍ରସଙ୍ଗରେ ଆକ୍ସନ ମୋଡରେ ସରକାର । ଗୃହ ମନ୍ତ୍ରଣାଳୟ ନେଟଫ୍ଲିକ୍ସ କଣ୍ଟେଣ୍ଟ ମୁଖ୍ୟଙ୍କୁ ସମନ ଜାରି କରି ସ୍ପଷ୍ଟୀକରଣ ମାଗିଛନ୍ତି । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଏହି ସମନ ଶହ ଶହ ସୋସିଆଲ ମିଡିଆ ୟୁଜର୍ସ ୱେବ ସିରିଜ୍ ନିର୍ମାତାମାନଙ୍କୁ ଜାଣିଶୁଣି ଆତଙ୍କବାଦୀଙ୍କ ନାମକୁ "ଭୋଲା" ଏବଂ "ଶଙ୍କର" ପରିବର୍ତ୍ତନ କରିଥିବା ଅଭିଯୋଗ ପରେ ଆସିଛି । ନେଟଫ୍ଲିକ୍ସ ଇଣ୍ଡିଆର ବିଷୟବସ୍ତୁ ମୁଖ୍ୟଙ୍କୁ ୱେବ୍ ସିରିଜର ବିବାଦୀୟ ଦିଗ ଉପରେ ସ୍ପଷ୍ଟୀକରଣ ଦେବାକୁ ମଙ୍ଗଳବାର ଦିନ ସେମାନଙ୍କ ସମ୍ମୁଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।