ଇସ୍ରାଏଲ-ଇରାନ ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ତାଙ୍କର ପ୍ରଥମ ବିବୃତ୍ତି ଜାରି କରି ଶନିବାର ସକାଳେ ତେହେରାନରେ ଶାସନ ପରିବର୍ତ୍ତନ ପାଇଁ ଆହ୍ୱାନ କରିଛନ୍ତି। ନେତାନ୍ୟାହୁ ଇରାନବାସୀଙ୍କୁ ଅତ୍ୟାଚାରୀ ଶାସନକୁ ପରାସ୍ତ କରିବାରେ ସାହାଯ୍ୟ କରିବାକୁ ଏବଂ ଏକ ମୁକ୍ତ ଓ ଶାନ୍ତିପୂର୍ଣ୍ଣ ଇରାନ ପ୍ରତିଷ୍ଠା କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଆମର ମିଳିତ କାର୍ଯ୍ୟ ଇରାନର ସାହସୀ ଲୋକଙ୍କ ପାଇଁ ସେମାନଙ୍କର ଭବିଷ୍ୟତ ନିଜ ହାତରେ ନେବା ପାଇଁ ସୁଯୋଗ ଦେବ। ଏହି ହତ୍ୟାକାରୀ ଆତଙ୍କବାଦୀ ଶାସନକୁ ପରମାଣୁ ଅସ୍ତ୍ର ହାସଲ କରିବାକୁ ଅନୁମତି ଦିଆଯିବ ନାହିଁ, ଯାହା ଏହାକୁ ସମଗ୍ର ମାନବଜାତିକୁ ବିପଦରେ ପକାଇବ।

Advertisment

ଆଗକୁ ପଢ଼ନ୍ତୁ : ଇସ୍ରାଏଲ ବାୟୁସୀମା ବନ୍ଦ; ଫେରିଲା ଦିଲ୍ଲୀ-ତେଲ ଅଭିଭ୍‌ ଏୟାର ଇଣ୍ଡିଆ ବିମାନ

ଇସ୍ରାଏଲ ଓ ଆମେରିକା ଆଜି ଇରାନର ଅନେକ ସହର ବିରୁଦ୍ଧରେ ଏକ ମିଳିତ ବିମାନ ଆକ୍ରମଣ କରିଛନ୍ତି। କ୍ଷେପଣାସ୍ତ୍ର ଆକ୍ରମଣ ରାଜଧାନୀ ତେହେରାନ, କୋମ୍, ଖୋରାମାବାଦ ଓ ଇସଫାହାନ ଭଳି ସହର ଉପରେ ପଡ଼ିଛି। ଇରାନର ଅନେକ ସରକାରୀ କାର୍ଯ୍ୟାଳୟକୁ ମଧ୍ୟ ଟାର୍ଗେଟ କରାଯାଇଛି। ଅପରପକ୍ଷରେ ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲି ଖେମିନିଙ୍କୁ କୌଣସି ଏକ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା କଥା ଜଣାପଡ଼ିଛି। ଇରାନ ହାଇଫା, ତେଲ ଅଭିଭ ଓ ଗାଲିଲି ଭଳି ଇସ୍ରାଏଲୀ ସହର ବିରୁଦ୍ଧରେ ଏକ ସିରିଜ୍ କ୍ଷେପଣାସ୍ତ୍ର ନିକ୍ଷେପ କରି ପ୍ରତିଶୋଧ ନେଇଛି।