କନକ ବ୍ୟୁରୋ: ଦୀପାବଳିରେ ରାଜଧାନୀ ଥରିଛି ଭୟାବହ ହତ୍ୟାକାଣ୍ଡରେ । ଘଟଣା ଫର୍ଶ ବଜାରର, ଯେଉଁଠି ଦାଦା ପୁତୁରାଙ୍କୁ ଗୁଳିମାଡ଼ କରି ଫେରାର ହୋଇଛନ୍ତି ଦୁର୍ବୃତ୍ତ । ସବୁଠୁ ବଡ କଥା ହେଉଛି ଅପରାଧୀ ପ୍ରଥମେ ଘଟଣାସ୍ଥଳରେ ପହଁଚି ବ୍ୟବସାୟୀ ଋଷିବ ଶର୍ମାଙ୍କୁ ମୁଣ୍ଡିଆ ମାରିବା ପରେ ଗୁଳିମାଡ କରିଥିଲେ । ଘଟଣାରେ ଋଷବ, ପୁତୁରା ଆକାଶଙ୍କ ମୃତ୍ୟ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି ।
ଦୀପାବଳିରେ ଦିଲ୍ଲୀରେ ଫୁଟିଲା ଗୁଳି । ମୁଣ୍ଡିଆ ମାରି ଗୁଳିମାଡ କଲେ ଦୁର୍ବୃତ୍ତ
ଦୀପାବଳିରେ ଦିଲ୍ଲୀରେ ଫୁଟିଲା ଗୁଳି । ମୁଣ୍ଡିଆ ମାରି ଦାଦା-ପୁତୁରାଙ୍କୁ ଗୁଳିମାଡ କଲେ ଦୁବୁର୍ତ୍ତ । ସିସିଟିଭି ଫୁଟେଜ ଆଧାରରେ ପୁଲିସର ଯାଞ୍ଚ ଜାରି । ୭୦ହଜାର ଟଙ୍କା ପାଇଁ ଆକ୍ରମଣ ସୂଚନା ।