ଅନ୍ଧବିଶ୍ବାସର କରୁଣ ପରିଣତି ; ସନ୍ଦେହରେ ବଡ଼ ମା’କୁ ହତ୍ୟା କଲା ପୁତୁରା

Advertisment

ଅନ୍ଧ ବିଶ୍ୱାସର କରୁଣ ପରିଣତି । ଡାହାଣୀ ସନ୍ଦେହରେ ବଡ଼ ମାଆଙ୍କୁ ହତ୍ୟା । ମୟୂରଭଞ୍ଜ ବିଶୋଇ ଥାନା ଯୋଡ଼ିଆ ଗାଁର ଘଟଣା । ସାକ୍ର ହେମ୍ବ୍ରମଙ୍କୁ କୁରାଢ଼ିରେ ହାଣି ମାରିଲା ପୁତୁରା

ଅନ୍ଧ ବିଶ୍ୱାସର କରୁଣ ପରିଣତି । ଡାହାଣୀ ସନ୍ଦେହରେ ବଡ଼ ମାଆଙ୍କୁ ହତ୍ୟା । ମୟୂରଭଞ୍ଜ ବିଶୋଇ ଥାନା ଯୋଡ଼ିଆ ଗାଁର ଘଟଣା । ସାକ୍ର ହେମ୍ବ୍ରମଙ୍କୁ କୁରାଢ଼ିରେ ହାଣି ମାରିଲା ପୁତୁରା

Crime******

Crime****** Photograph: (KanakNews)

କନକ ବ୍ୟୁରୋ: ଅନ୍ଧ ବିଶ୍ୱାସର କରୁଣ ପରିଣତି । ପୁତୁରା ସାଜିଲା ବଡ ମା’ ର ହତ୍ୟାକାରୀ । ପୁତୁରାର କୁରାଢ଼ି ଚୋଟରେ ଟଳିପଡିଲେ ବଡ ମା’। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଯୋଡ଼ିଆ ଗାଁରେ । ଡାହାଣୀ ସନ୍ଦେହରେ ନିଜ ବଡ ମା’ଙ୍କୁ କୁରାଢ଼ିରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛି ପୁତୁରା । ମୃତକ ବଡ ମା ହେଲେ ଯୋଡ଼ିଆ ଗାଁର ସାକ୍ର ହେମ୍ବ୍ରମ୍ । ବଡ ମା ଗୁଣିଗାରେଡି କରି ଅଭିଯୁକ୍ତ ଦୁଲା ହେମ୍ବ୍ରମଙ୍କ ପରିବାରରେ ଅଶାନ୍ତି ସୃଷ୍ଟି କରୁଥିବା ପୂର୍ବରୁ ଅଭିଯୋଗ ହୋଇଥିଲା । ଏଥିପାଇଁ ଅନେକ ଥର ବଡ ମା’ ଙ୍କୁ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲା ପୁତୁରା । ଆଜି ଏକୁଟିଆ ସୁଯୋଗ ପାଇ ବଡ ମା’ଙ୍କ ଘରେ ପଶି କୁରାଢ଼ିରେ ହାଣି ହତ୍ୟା କରି ବିଶୋଇ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ପୁତୁରା । ଖବର ପାଇ ବିଶୋଇ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe