କନକ ବ୍ୟୁରୋ : ନେପାଳରେ ଧୀରେଧୀରେ ସ୍ଥିତି ସୁଧୁରିଥିଲେ ବି ରାଜଧାନୀ କାଠମାଣ୍ଡୁ ସହିତ ଲଳିତପୁର ଓ ଭକ୍ତପୁର ଜିଲ୍ଲାରେ କର୍ଫ୍ୟୁ ଅବଧି ଆସନ୍ତାକାଲି ୬ଟା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଜରୁରୀ ସେବା, ଯାନବାହନ ଓ ଅନୁଷ୍ଠାନକୁ କଟକଣାରୁ ବାଦ ଦିଆଯାଇଛି । ଦୈନନ୍ଦିନ ଆବଶ୍ୟକତା ପୂରଣ ପାଇଁ ସକାଳ ୬ଟାରୁ ୯ଟା ଓ ଅପରାହ୍ଣ ୫ଟାରୁ ରାତି ୭ଟା ପର୍ଯ୍ୟନ୍ତ ଅଳ୍ପ ସଂଖ୍ୟାରେ ଲୋକ ବାହାରକୁ ଆସିବା ପାଇଁ ସେନା ଅନୁମତି ଦେଇଛି । କୌଣସି ସ୍ଥାନରେ ଲୋକ ମେଳି ବାନ୍ଧି ପାରିବେ ନାହିଁ । ମଧ୍ୟବର୍ତ୍ତୀ ସରକାର ଗଠନ ପାଇଁ ଉଦ୍ୟମ ଜାରି ରହିଛି । ନେପାଳର ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କିଙ୍କ ନେତୃତ୍ବରେ ଅନ୍ତରୀଣ ସରକାର ଗଠନ ପାଇଁ ଉଦ୍ୟମ ଜାରି ରହିଛି । ନେପାଳ ସେନାମୁଖ୍ୟଙ୍କ ସହ ଜଷ୍ଟିସ୍ ସୁଶୀଳା କାର୍କି ଘନଘନ ଆଲୋଚନା ଚଳାଇଛନ୍ତି । ଜେନ୍ ଜେଡ୍ ବିକ୍ଷୋଭକାରୀ ମଧ୍ୟରେ ମଧ୍ୟ ଆଲୋଚନା ଚାଲିଛି ।
ନେପାଳ କର୍ଫ୍ୟୁ ବଳବତ୍ତର
କାଠମାଣ୍ଡୁ, ଲଳିତପୁର ଓ ଭକ୍ତପୁରରେ ଆସନ୍ତାକାଲି ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ
କଟକଣାରୁ ଜରୁରୀ ସେବା, ଯାନବାହନ ଓ ଅନୁଷ୍ଠାନ ବାଦ
ମଧ୍ୟବର୍ତ୍ତୀ ସରକାର ଗଠନ ପାଇଁ ଉଦ୍ୟମ ଜାରି
ନେପାଳ ସେନାମୁଖ୍ୟଙ୍କ ସହ ସୁଶୀଳା କାର୍କିଙ୍କ ଆଲୋଚନା
ଜେନ୍ ଜେଡ୍ ବିକ୍ଷୋଭକାରୀ ମଧ୍ୟରେ ମଧ୍ୟ ଆଲୋଚନା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/09/11/15-2025-09-11-14-32-03.jpg)