ନେପାଳରେ ପରବର୍ତ୍ତୀ ମୁଖିଆ ନେଇ ମାନସମନ୍ଥନ ଜାରି, ରେସରେ ସବୁଠୁ ଆଗରେ ଜଷ୍ଟିସ ସୁଶୀଳା କାର୍କି

ଅନ୍ତରୀଣ ସରକାରର ରୂପରେଖ କ’ଣ ହେବ ଓ କିଏ ସରକାରର ନେତୃତ୍ବ ନେବେ, ଆଜି ସୁଦ୍ଧା ତାହା ସ୍ପଷ୍ଟ ହେବ ବୋଲି ସୂଚନା ମିଳୁଛି । ସେପଟେ ଜେନ-ଜେଡ୍ ଗୋଷ୍ଠୀରେ ବିଭାଜନ ଯୋଗୁ ପରିସ୍ଥିତି ଜଟିଳ ହୋଇଛି ।

63

କନକ ବ୍ୟୁରୋ :  ନେପାଳରେ ଅନ୍ତରୀଣ ସରକାର ଗଠନ ପାଇଁ ଉଦ୍ୟମ ଜାରି ରହିଛି। ରାଷ୍ଟ୍ରପତି ରାମଚନ୍ଦ୍ର ପୌଡ଼େଲ, ସେନାମୁଖ୍ୟ ଅଶୋକରାଜ ସିଗଡେଲ ଓ ଜେନ୍ -ଜେଡ ପ୍ରତିନିଧି ଘନଘନ ଆଲୋଚନା ଚଳାଇଛନ୍ତି । ଅନ୍ତରୀଣ ସରକାରର ରୂପରେଖ କ’ଣ ହେବ ଓ କିଏ ସରକାରର ନେତୃତ୍ବ ନେବେ, ଆଜି ସୁଦ୍ଧା ତାହା ସ୍ପଷ୍ଟ ହେବ ବୋଲି ସୂଚନା ମିଳୁଛି । ସେପଟେ ଜେନ-ଜେଡ୍ ଗୋଷ୍ଠୀରେ ବିଭାଜନ ଯୋଗୁ ପରିସ୍ଥିତି ଜଟିଳ ହୋଇଛି । ସାମାଜିକ ଗଣମାଧ୍ୟମକୁ ନିଷେଧ କରିବା ଓ ଦୁର୍ନୀତି ବିରୋଧରେ ମଙ୍ଗଳବାରଠାରୁ ନେପାଳରେ ବ୍ୟାପକ ହିଂସାକାଣ୍ଡ ଆରମ୍ଭ ହୋଇଥିଲା । ସାମାଜିକ ଗଣମାଧ୍ୟମ ଉପରୁ କଟକଣା ପ୍ରତ୍ୟାହାର ସତ୍ତ୍ୱେ ଥମି ନଥିଲା ହିଂସାକାଣ୍ଡ । ପ୍ରଧାନମନ୍ତ୍ରୀ ପଦରୁ କେ.ପି ଶର୍ମା ଓଲିଙ୍କ ଇସ୍ତଫା ପରେ ନେପାଳକୁ ସେନା ନିଜ ନିୟନ୍ତ୍ରଣକୁ ନେଇଛି । 

କିଏ ନେବେ ନେପାଳର ନେତୃତ୍ବ?
ରେସରେ ୪ଜଣ
ଅନ୍ତରୀଣ ସରକାରର ମୁଖ୍ୟ ପଦ ପାଇଁ ୪ ଜଣଙ୍କ ନାଁ ଚର୍ଚ୍ଚାରେ
ନେପାଳ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କି
କାଠମାଣ୍ଡୁ ମେୟର ବଳେନ୍ଦ୍ର ଶାହ
ନେପାଳ ଇଲେକ୍ଟ୍ରିସିଟି ବୋର୍ଡର ପୂର୍ବତନ ମୁଖ୍ୟ କୁଲମାନ ଘିସିଂ 
ଏବଂ ଧରନ ସହରର ମେୟର ହର୍କରାଜ  ସମ୍ପଙ୍ଗ୍ 
ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲେ ବି କାହା ନାଁ ଚୂଡ଼ାନ୍ତ ହୋଇପାରିନାହିଁ 
ସୁଶୀଳା କାର୍କିଙ୍କ ପ୍ରତି ସମର୍ଥନ ବଢୁଥିବା ସୂଚନା ମିଳୁଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe