ଦୁବାଇ କି ଚୀନ୍ ନୁହେଁ...ଏହି ସ୍ଥାନରେ ଅଛନ୍ତି ନେପାଳର ପୂର୍ବ ପ୍ରଧାନମନ୍ତ୍ରୀ; ବିଦ୍ରୋହ ଭିତରେ ଲେଖିଲେ ଚିଠି, ସେୟାର କଲେ ପୋଷ୍ଟ...

Advertisment

ଗତ କିଛି ଦିନ ଧରି ନେପାଳର ସ୍ଥିତି ଅଣାୟତ୍ତ ରହିଛି । ଯୁବକମାନଙ୍କ ପ୍ରଦର୍ଶନ ଦୁଇ ଦିନ ଭିତରେ ହିଁ ନେପାଳର କ୍ଷମତାର ମୂଳଦୁଆକୁ ଦୋହଲାଇ ଦେଇଛି । ତେବେ ବିରୋଧ ପ୍ରଦର୍ଶନ ପରେ ଚାପ ଏତେ ବଢ଼ିଥିଲା ଯେ, ଶେଷରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଇସ୍ତଫା ଦେବାକୁ ପଡିଲା । ହେଲେ ଏବେ ଚର୍ଚ୍ଚା ହେଉଛି ଇସ୍ତଫା ପରେ କେଉଁଠି ଅଛନ୍ତି କେପି ଓଲି? କୁହାଯାଉଥିଲା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେ ଦୁବାଇ ଚାଲିଯାଇଛନ୍ତି ଆଉ କେତେଜଣ ଦାବି କରୁଥିଲେ ସେ ଚୀନରେ ଅଛନ୍ତି କିନ୍ତୁ ଏବେ କେପି ଶର୍ମା ଓଲି ନିଜେ ଏହି ଆଲୋଚନାର ଅନ୍ତ ଘଟାଇ ସ୍ପଷ୍ଟ କରିଛନ୍ତି ଯେ, ସେ ଦୁବାଇ କିମ୍ବା ଚୀନ ଯାଇନାହାଁନ୍ତି ବରଂ ବର୍ତ୍ତମାନ ନେପାଳୀ ସେନାର ସୁରକ୍ଷା ବଳୟରେ ଶିବପୁରୀରେ ରହୁଛନ୍ତି ।

kp sharma oli

କନକ ବ୍ୟୁରୋ: ଗତ କିଛି ଦିନ ଧରି ନେପାଳର ସ୍ଥିତି ଅଣାୟତ୍ତ ରହିଛି । ଯୁବକମାନଙ୍କ ପ୍ରଦର୍ଶନ ଦୁଇ ଦିନ ଭିତରେ ହିଁ ନେପାଳର କ୍ଷମତାର ମୂଳଦୁଆକୁ ଦୋହଲାଇ ଦେଇଛି । ତେବେ ବିରୋଧ ପ୍ରଦର୍ଶନ ପରେ ଚାପ ଏତେ ବଢ଼ିଥିଲା ଯେ, ଶେଷରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଇସ୍ତଫା ଦେବାକୁ ପଡିଲା । ହେଲେ ଏବେ ଚର୍ଚ୍ଚା ହେଉଛି ଇସ୍ତଫା ପରେ କେଉଁଠି ଅଛନ୍ତି କେପି ଓଲି? କୁହାଯାଉଥିଲା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେ ଦୁବାଇ ଚାଲିଯାଇଛନ୍ତି ଆଉ କେତେଜଣ ଦାବି କରୁଥିଲେ ସେ ଚୀନରେ ଅଛନ୍ତି କିନ୍ତୁ ଏବେ କେପି ଶର୍ମା ଓଲି ନିଜେ ଏହି ଆଲୋଚନାର ଅନ୍ତ ଘଟାଇ ସ୍ପଷ୍ଟ କରିଛନ୍ତି ଯେ, ସେ ଦୁବାଇ କିମ୍ବା ଚୀନ ଯାଇନାହାଁନ୍ତି ବରଂ ବର୍ତ୍ତମାନ ନେପାଳୀ ସେନାର ସୁରକ୍ଷା ବଳୟରେ ଶିବପୁରୀରେ ରହୁଛନ୍ତି ।

ଓଲି ଫେସବୁକରେ ଏକ ଖୋଲା ଚିଠି ସେୟାର କରିଛନ୍ତି, ଯେଉଁଥିରେ ସେ ଜନସାଧାରଣ ଏବଂ ବିଶେଷକରି ଯୁବପିଢ଼ିଙ୍କୁ ସମ୍ବୋଧିତ କରିଛନ୍ତି । ଚିଠିରେ ସେ ଲେଖିଛନ୍ତି ଯେ ସେ ସେନା କର୍ମଚାରୀଙ୍କ ମଧ୍ୟରେ ସୁରକ୍ଷିତ ଅଛନ୍ତି ଏବଂ ଏହି ନୀରବତାରେ ମଧ୍ୟ ପିଲା ଏବଂ ଯୁବକମାନଙ୍କୁ ମନେ ରଖିଛନ୍ତି । ସେ କହିଛନ୍ତି ଯେ ପିଲାମାନଙ୍କ ନିଷ୍ପାପ ହସ ଏବଂ ସ୍ନେହ ତାଙ୍କୁ ସର୍ବଦା ରୋମାଞ୍ଚିତ କରେ । ଚିଠିରେ ଓଲି ତାଙ୍କର ବ୍ୟକ୍ତିଗତ ଯନ୍ତ୍ରଣା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି ଯେ ବ୍ୟବସ୍ଥା ପରିବର୍ତ୍ତନ ପାଇଁ ଲଢ଼େଇ ସମୟରେ ସରକାରଙ୍କ ନିର୍ଯାତନା ଯୋଗୁଁ ସେ ତାଙ୍କ ସନ୍ତାନମାନଙ୍କଠାରୁ ବଞ୍ଚିତ ହୋଇଥିଲେ । କିନ୍ତୁ ପିତା ହେବାର ତାଙ୍କର ଇଚ୍ଛା କେବେ ଶେଷ ହୋଇନଥିଲା । ସେ ଏହା ମଧ୍ୟ ମନେ ପକାଇ ଦେଇଛନ୍ତି ଯେ, ୧୯୯୪ ମସିହାରେ ଯେତେବେଳେ ସେ ଗୃହମନ୍ତ୍ରୀ ଥିଲେ, ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସରକାର ଦ୍ୱାରା ଗୋଟିଏ ବି ଗୁଳି ଫୁଟି ନଥିଲା ।

ଓଲି ବର୍ତ୍ତମାନର ଆନ୍ଦୋଳନକୁ ଯୁବପିଢ଼ିଙ୍କ ପ୍ରକୃତ ସ୍ୱର ନୁହେଁ ବରଂ ଏକ ଗଭୀର ଷଡ଼ଯନ୍ତ୍ର ବୋଲି କହିଥିଲେ । ତାଙ୍କ ମତରେ, ସରକାରୀ କାର୍ଯ୍ୟାଳୟରେ ପୋଡ଼ାଜଳା, ଜେଲରୁ କଏଦୀମାନଙ୍କୁ ମୁକ୍ତ କରିବା ଭଳି ପଦକ୍ଷେପ କୌଣସି ନିର୍ଦ୍ଦୋଷ ପ୍ରତିବାଦର ଅଂଶ ହୋଇପାରିବ ନାହିଁ । ସେ ଚେତାବନୀ ଦେଇଥିଲେ ଯେ ଆଜି ସଂଘର୍ଷ ଏବଂ ବଳିଦାନ ମାଧ୍ୟମରେ ହାସଲ ହୋଇଥିବା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସମାପ୍ତ କରିବାକୁ ପ୍ରୟାସ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe