କନକ ବ୍ୟୁରୋ : ଯେତେବେଳେ ଭାରତୀୟ ସେନାର ଗୋର୍ଖା ରେଜିମେଣ୍ଟ କଥା ଆସେ ସେତେବେଳେ ଏକ ବାହାଦୂର ସେନା କଥା ଆମ ମନକୁ ଆସିଥାଏ । ଏହି ରେଜିମେଣ୍ଟ ବିଶ୍ୱର ଏକମାତ୍ର ନିଆରା ରେଜିମେଣ୍ଟ ଯେ କି କେବଳ ଭାରତ ନୁହେଁ ବରଂ ୩ ଦେଶର ସେନାବାହିନୀରେ ନିଜର ବାହାଦୂରୀ ପ୍ରଦର୍ଶନ କରିଥାଏ  । ଭାରତୀୟ ସେନା ସହ ଗୋର୍ଖା ରେଜିମେଣ୍ଟର ସଂପର୍କ ୨୦୦ ବର୍ଷରୁ ଅଧିକ ପୁରୁଣା । ସବୁଠାରୁ ଅଧିକ ଗୋର୍ଖା ଭାରତୀୟ ସେନାରେ ରହିଛନ୍ତି । ଏହାପରେ ନେପାଳ ଓ ତୃତୀୟ ସ୍ଥାନରେ ବ୍ରିଟିସ ସେନାରେ ଗୋର୍ଖା ରେଜିମେଣ୍ଟ ରହିଛି । ଭାରତୀୟ ସେନାର ପରିସଂଖ୍ୟାନ ମୁତାବକ ଆଗାମୀ ୧୦ ବର୍ଷ ମଧ୍ୟରେ ଗୋର୍ଖା ରେଜିମେଣ୍ଟରେ ଜଣେ ବି ନେପାଳୀ ଗୋର୍ଖା ନଥିବେ । କାରଣ ନେପାଳ ନିଜର ଗୋର୍ଖା ଭାରତୀୟ ସେନାକୁ ପଠାଇବା ବନ୍ଦ କରିଦେଇଛି ।

Advertisment

ବ୍ରିଟିସ ଓ ନେପାଳ ସେନାରେ କେବଳ ନେପାଳୀ ଗୋର୍ଖା ଯୋଗ ଦେଇଥାନ୍ତି । ହେଲେ ଭାରତୀୟ ସେନାରେ ନେପାଳୀ ଗୋର୍ଖା ସମେତ ଭାରତୀୟ ଗୋର୍ଖା ମଧ୍ୟ ସାମିଲ ହୋଇଥାନ୍ତି । ହେଲେ ଏବେ ଭାରତୀୟ ଗୋର୍ଖା ରେଜିମେଣ୍ଟରେ ନେପାଳୀ ଗୋର୍ଖାଙ୍କ ସଂଖ୍ୟା କମିବାରେ ଲାଗିଛି । ଯେବେ ଠାରୁ ଭାରତ ସରକାର ସେନାରେ ଅଗ୍ନିପଥ ଯୋଜନା ଲାଗୁ କରିଛନ୍ତି ସେବେଠାରୁ ନେପାଳ ତରଫରୁ ଗୋଟିଏ ବି ଆର୍ମି ରାଲି କରିବାକୁ ଅନୁମତି ଦେଇନାହିଁ । 

କଥାରେ ଅଜି ଯଦି କୌଣସି ସୈନିକ କହୁଛି କି, ସେ ମୃତ୍ୟୁକୁ ଭୟ କରେନାହିଁ ତେବେ ସେ ମିଛ କହୁଛି ଅଥବା ସେ ନେପାଳୀ ଗୋର୍ଖା । ସେପଟେ ଚୀନର ନଜର ଏବେ ନେପାଳୀ ଗୋର୍ଖା ରେଜିମେଣ୍ଟ ଉପରେ ପଡିଛି । ଏକ ପ୍ରକାଶିତ ରିପୋର୍ଟ ମୁତାବକ ନେପାଳୀ ଗୋର୍ଖାଙ୍କୁ ଚୀନ ତାର ସେନାରେ ଜଏନ କରାଇବା ଚକ୍କରରେ ରହିଛି । 

ଏହାସହ ଏକ ରିପୋର୍ଟ ମୁତାବକ ବ୍ରିଟେନ ବି ନିଜର ରୟାଲ ଗୋର୍ଖା ନାମରେ ଏକ ରେଜିମେଣ୍ଟ ସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛି । ବ୍ରିଟେନ ପାଖରେ ପ୍ରଥମରୁ ଭାରତୀୟ ଗୋର୍ଖା ରେଜିମେଣ୍ଟ ରହିଛି । ଏକ ରିପୋର୍ଟ ମୁତାବକ ଭାରତୀୟ ରେଜିମେଣ୍ଟରେ ଏବେ ୬ ରୁ ୮ ହଜାର ନେପାଳୀ ଗୋର୍ଖା କମ୍ ଅଛନ୍ତି । ଏବେ ଭାରତୀୟ ସେନାର ମୁଖ୍ୟ ଜେନରାଲ ଉପେନ୍ଦ୍ର ଦ୍ୱିବେଦୀ ନେପାଳ ଗସ୍ତରେ ଯାଇପାରନ୍ତି । ଦ୍ୱିବେଦୀଙ୍କ ନେପାଳ ଗସ୍ତ ବେଳେ ଏହା ଉପରେ କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ ବୋଲି ସମସ୍ତଙ୍କର ନଜର ରହିଛି ।