Photograph: (kanaknews)
କନକବ୍ୟୁରୋ : କିଟ୍ରେ ଆଉ ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲାରେ ନେପାଳର ଉଦେ୍ବେଗ । ନେପାଳ ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବା ଟ୍ବିଟ୍ କରି ଉଦ୍ବେଗ ପ୍ରକାଶ କରିଛନ୍ତି । ଲେଖିଛନ୍ତି, ଆତ୍ମହତ୍ୟାର କାରଣ ଯାହା ଥାଉ ନା କାହିଁକି, ତାହା ସାମ୍ନାକୁ ଅଣାଯାଉ । କୂଟନୈତିକ ସ୍ତରରେ ପଦକ୍ଷେପ ନିଆଯାଉଛି । ଭାରତ ସହ ନେପାଳ ଦୂତାବାସ ଯୋଗାଯୋଗରେ ଥିବା ଟ୍ବିଟ୍ କରିଛନ୍ତି ନେପାଳ ବୈଦେଶିକ ମନ୍ତ୍ରୀ । ଗତ ରାତିରେ କିଟ୍ରେ ଜଣେ ନେପାଳୀ ଛାତ୍ରୀ ପ୍ରିସା ସାହା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ଘଟଣାସ୍ଥଳରେ ଇନଫୋସିଟି ଥାନା ପୋଲିସ ଓ ଫରେନସିକ ଟିମ୍ ପହଞ୍ଚି ଛାନଭିନ୍ ଚଳାଇଛନ୍ତି ।
Follow Us