କନକ ବ୍ୟୁରୋ : ନେପାଳରେ ଲାଗି ରହିଥିବା ହିଂସା ଭିତରେ ଜେଲରୁ ୭ ହଜାର କଏଦୀ ଫେରାର ହୋଇଯାଇଛନ୍ତି । ଏହି କଏଦୀମାନେ ନେପାଳ ସମେତ ଭାରତ ପାଇଁ ବଡ଼ ବିପଦ ବୋଲି କୁହାଯାଉଛି । ନେପାଳ ଜେଲରୁ ଫେରାର ହୋଇଥିବା କିଛି କଏଦୀମାନଙ୍କ ଗତିବିଧୀ ନେପାଳ ସମେତ ଭାରତ ସୀମାରେ ଦେଖିବାକୁ ମିଳିଛି । ଏହାକୁ ନେଇ ଭାରତ ସୀମାରେ ଜଗିଥିବା ଏସଏସବି ଯବାନମାନେ ସତର୍କ ହୋଇଯାଇଛନ୍ତି । କହିରଖୁ କି ନେପାଳରୁ ପାଖାପାଖି ୧୭୫୧ କିଲୋମିଟର ସୀମା ଲାଗି ରହିଛି ।
ନେପାଳରେ ଲାଗି ରହିଥିବା ହିଂସା ଭିତରେ ଅନେକ ଜେଲରୁ ହଜାର ହଜାର କଏଦୀ ଫେରାର ହୋଇଯାଇଛନ୍ତି । ଏହାକୁ ନେଇ ଅନେକ ଜେଲର ସୁରକ୍ଷାକର୍ମୀ ଓ କଏଦୀଙ୍କ ମଧ୍ୟରେ ମାଡ଼ପିଟ ହୋଇଛି । କଏଦୀମାନେ ପ୍ରଥମେ ଜେଲରେ ନିଆଁ ଲଗାଇ ଦେଇଥିଲେ । ଫଳରେ ୫ ଜଣ କଏଦୀ ନିଆଁରେ ପୋଡ଼ି ମୃତ୍ରୁ୍ୟବରଣ କରିଛନ୍ତି । କିଛି ତଥ୍ୟ ମୁତାବକ ୭ ହଜାର କଏଦୀ ଫେରାର ହୋଇଯାଇଛନ୍ତି । ସବୁଠାରୁ ଭାରତ ପାଇଁ ବଡ଼ ଚିନ୍ତା ହେଉଛି କି, ଯେଉଁ ଜେଲଗୁଡିକରୁ କଏଦୀମାନେ ଫେରାର ହୋଇଯାଇଛନ୍ତି ସେହି ଜେଲଗୁଡିକ ଭାରତ ସୀମାକୁ ଲାଗିଛି । ତେଣୁ ଏହି କଏଦୀମାନେ ଭାରତରେ ପ୍ରବେଶ କରିପାରନ୍ତି । ଯାହାକୁ ନେଇ ଭାରତ-ନେପାଳ ସୀମାରେ ସେନା କଡ଼ା ପହରା ଦେଇଛି । ନିଜ ଦେଶରେ ଅପରାଧ କରି ଜେଲରେ ଥିବା କଏଦୀମାନେ ଯଦି ଭାରତରେ ପ୍ରବେଶ କରନ୍ତି ତେବେ ଭାରତ ପାଇଁ ଏହା ବଡ଼ ବିପଦ ହେବ ।