ସ୍ବାମୀ ବିବାଦୀୟ ସ୍ତ୍ରୀ ପ୍ରଧାନମନ୍ତ୍ରୀ Photograph: (KanakNews)
କନକ ବ୍ୟୁରୋ: ଭାରତର ଝିଅ.. ଭାରତରେ ବି ପାଠ ପଢା… କିନ୍ତୁ ନେପାଳର ପୁଅକୁ ପ୍ରେମ ବିବାହ କରି ନେପାଳର ହୋଇଥିଲେ ବୋହୂ । ଆମେ କହୁଛୁ ନେପାଳର ନୂଆ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କିଙ୍କ କଥା । BHU ପଢୁଥିବାବେଳେ ସୁଶୀଲାଙ୍କ ସହ ସାକ୍ଷତ ହୋଇଥିଲା ପ୍ରଶିଦ୍ଧ କଂଗ୍ରେସ ନେତା ଦୁର୍ଗା ପ୍ରସାଦ ସୁବେଦୀଙ୍କ ସହ । ଏହା ପରେ ଦୁଇ ଜଣ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସୁଶୀଳାଙ୍କ ସ୍ବାମୀ ଜଣେ ବିବାଦୀୟ ନେତା ଭାବେ ପରିଚିତ । ୧୯୭୦ ମସିହାରେ ନେପାଳ କଂଗ୍ରେସର ଯୁବ ବିପ୍ଳବୀଙ୍କ ମଧ୍ୟରେ ସୁଶୀଳା କାର୍କିଙ୍କ ସ୍ୱାମୀ ସୁବେଦୀଙ୍କ ନାମ ସାମିଲ ହୋଇଥିଲା । ସେହି ସମୟରେ ବୀରେନ୍ଦ୍ର ଶାହ ନେପାଳର ରାଜା ଥିଲେ। ସଶସ୍ତ୍ର ବିଦ୍ରୋହ ପାଇଁ ବିପ୍ଳବୀମାନଙ୍କୁ ୩୦ ଲକ୍ଷ ଟଙ୍କା ସଂଗ୍ରହ କରିବାକୁ ପଡିଥିଲା । ତେଣୁ, ସୁବେଦୀ ରୟାଲ ନେପାଳ ଏୟାରଲାଇନ୍ସର ବିମାନକୁ ଅପହରଣ କରିଥିଲେ ।
ସୁଶୀଳା କାର୍କିଙ୍କ ସ୍ୱାମୀ ଯେଉଁ ବିମାନକୁ ଅପହରଣ କରିଥିଲେ ସେହି ବିମାନରେ ଜଣେ ସୁନ୍ଦରୀ ବଲିଉଡ୍ ଅଭିନେତ୍ରୀ ଥିଲେ । ପ୍ୟାସା ଏବଂ ଗୀତ୍ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀ ମାଲା ସିହ୍ନା ଅପହୃତ ବିମାନରେ ଥିଲେ ।
ଆସନ୍ତୁ ଜାଣିବା ବିମାନ ଅପହରଣର ପୁରା ଘଟଣା ବିଷୟରେ
ଘଟଣାଟି ହେଉଛି ୫୨ ବର୍ଷ ପୂର୍ବର। ନେପାଳର ବିରାଟନଗରରୁ କାଠମାଣ୍ଡୁ ଯାଉଥିବା ଏକ ବିମାନ। ବିମାନଟି ୧୦ ଜୁନ୍ ୧୯୭୩ରେ ଅପହରଣ କରାଯାଇଥିଲା । ସ ୩୦ ଲକ୍ଷ ଟଙ୍କା ପାଇଁ ବିମାନକୁ ଅପହରଣ କରାଯାଇଥିଲା । ସୁଶୀଳା କାର୍କିଙ୍କ ସ୍ୱାମୀ ସୁବେଦୀ ନଗେନ୍ଦ୍ର ଧୁଙ୍ଗେଲ ଏବଂ ବସନ୍ତ ଭଟ୍ଟରାୟ ରୟାଲ୍ ନେପାଳ ଏୟାରଲାଇନ୍ସ ବିମାନ ଅପହରଣରେ ସାମିଲ ଥିଲେ। ଏହାର ଷଡ଼ଯନ୍ତ୍ର ରଚନା କରିଥିଲେ ଗିରିଜା ପ୍ରସାଦ କୋଇରାଲା, ଯିଏ ପରେ ନେପାଳର ପ୍ରଧାନମନ୍ତ୍ରୀ ହୋଇଥିଲେ। ବିଶେଷ କଥା ହେଉଛି ଏହା ନେପାଳର ପ୍ରଥମ ବିମାନ ଅପହରଣ ଥିଲା ।
ସୁଶୀଳା କାର୍କିଙ୍କ ସ୍ୱାମୀ ସୁବେଦୀ ଜେଲରୁ ମୁକୁଳିଥିଲେ। ସେ କୋଇରାଲାଙ୍କ ଘନିଷ୍ଠ ସହଯୋଗୀଙ୍କ ମଧ୍ୟରୁ ଜଣେ ଥିଲେ। ନେପାଳର ରାଜା ମହେନ୍ଦ୍ରଙ୍କ ଅଧୀନରେ ରାଜତନ୍ତ୍ର ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ ପାଇଁ ପାଣ୍ଠି ସଂଗ୍ରହ କରିବା ପାଇଁ ବିମାନ ଅପହରଣ କରାଯାଇଥିଲା । ସୁଶୀଳା କାର୍କି ତାଙ୍କ ସ୍ୱାମୀଙ୍କ ବିବାଦୀୟ ଅତୀତ ସତ୍ତ୍ୱେ ନିଜର ସ୍ୱାଧୀନ ପରିଚୟ ସୃଷ୍ଟି କରିଥିଲେ। ସେ ଦୁର୍ନୀତି ବିରୋଧରେ ତାଙ୍କର ଲଢ଼େଇକୁ କେବେ ଦୁର୍ବଳ ହେବାକୁ ଦେଇ ନଥିଲେ। ମୁଖ୍ୟ ବିଚାରପତି ଭାବରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ଐତିହାସିକ ରାୟ ଦେଇଥିଲେ । ଏବେ ସେ ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ନେଇଛନ୍ତି ।
Follow Us