କନକ ବ୍ୟୁରୋ : ନେପାଳରେ ପ୍ରତିବାଦ ହିଂସା ରୂପ ନେଇ ଭୀଷଣ ରୂପ ନେଇଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ କରିବା ସହ ନିଆଁ ଲଗାଇଦେଇଛନ୍ତି ବିଦ୍ରୋହୀ । ଅର୍ଥମନ୍ତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଘର ଜାଳିବା ସହ ତାଙ୍କ ସ୍ତ୍ରୀଙ୍କ ଦେହରେ ମଧ୍ୟ ନିଆଁ ଲଗାଇଦେଲେ । ଫଳରେ ତାଙ୍କର ମୃତ୍ୟୁ ହେଲା। ତାଙ୍କ ସ୍ବାମୀଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଗଲା । ଏତିକିରେ ବିଦ୍ରୋହୀଙ୍କ ରାଗ ଥମିନି। ନେପାଳର ସୁପ୍ରିମକୋର୍ଟରେ ନିଆଁ ଲଗାଇଦେଇଛନ୍ତି ପ୍ରଦର୍ଶନକାରୀ । ଫଳରେ କୋର୍ଟରେ ଥିବା ଫାଇଲପତ୍ର ସହ କମ୍ପ୍ୟୁଟର ସବୁ ଜଳିପୋଡ଼ି ପାଉଁଶ ହୋଇଥିବା  ସୂଚନା ରହିଛି ।

Advertisment

SC_2

ଗତ ଦୁଇ ଦିନ ଧରି ନେପାଳକୁ ଦୋହଲାଇ ଦେଇଥିବା ଜେନ-ଜେଡର ମାରାତ୍ମକ ପ୍ରତିବାଦରେ ଆନ୍ଦୋଳନକାରୀମାନେ ହଂସାର ଚରମ ସୀମାକୁ ଯାଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମଙ୍ଗଳବାର ଅପରାହ୍ନରେ ପ୍ରଦର୍ଶନକାରୀ ସୁପ୍ରିମକୋର୍ଟ କୋଠାରେ ପଶି ଭଙ୍ଗାରୁଜା କରିଥିଲେ ଏବଂ ନିଆଁ ଲଗାଇ ଦେଇଥିଲେ । ଓକିଲମାନେ ସେଠାରେ ଥିବା ସମୟରେ ଏକ ଗୋଷ୍ଠୀ ପ୍ରଦର୍ଶନକାରୀ ସୁପ୍ରିମକୋର୍ଟ ପରିସରରେ ପ୍ରବେଶ କରିଥିଲେ  । ସେମାନେ ପ୍ରଥମେ ଡକ୍ୟୁମେଣ୍ଟ ଏବଂ ଫାଇଲ୍ ରଖାଯାଇଥିବା କୋଠାରେ ପ୍ରବେଶ କରିଥିଲେ । ଡକ୍ୟୁମେଣ୍ଟଗୁଡ଼ିକୁ ଗଦା କରି ନିଆଁ ଲଗାଇ ଦେଇଥିଲେ । ଅନ୍ୟ ଏକ ଗୋଷ୍ଠୀ ସମାନ ଭାବରେ ଅନ୍ୟ ଦୁଇ କିମ୍ବା ତିନୋଟି ଶାଖାରୁ ଡକ୍ୟୁମେଣ୍ଟ ସଂଗ୍ରହ କରି ପୁଣି ଥରେ ନିଆଁ ଲଗାଇ ଦେଇଥିଲେ । ଆନ୍ଦୋଳନକାରୀମାନେ ସୁପ୍ରିମକୋର୍ଟର ୩ଟି ମହଲାରେ ନିଆଁ ଲଗାଇ ଦେଇଛନ୍ତି । ଫଳରେ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟାଳୟ, ବୈଠକ କକ୍ଷ ଏବଂ ମୁଖ୍ୟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ରହିଛି । ଆଟର୍ଣ୍ଣି ଜେନେରାଲଙ୍କ କୋଠରୀରେ ମଧ୍ୟ ନିଆଁ ଲଗାଇଛନ୍ତି ।

22

ଯଦିଓ ସୁରକ୍ଷା କର୍ମୀ ଡ୍ୟୁଟିରେ ଥିଲେ, ସେମାନେ ହଜାର ହଜାର ବିଦ୍ରୋହୀଙ୍କୁ ନିୟନ୍ତ୍ରଣ କରିପାରିନଥିଲେ । ସେମାନେ  ସୁପ୍ରିମକୋର୍ଟର ଆନେକ୍ସ କୋଠାର ତଳ ମହଲାରେ ଥିବା ଅଭିଲେଖାଗାର ଶାଖାରେ ନିଆଁ ଲଗାଇବା ଆରମ୍ଭ କରିଦେଲେ । ଏହି କୋଠାରେ ସୁପ୍ରିମକୋର୍ଟ ଦ୍ୱାରା ଦିଆଯାଇଥିବା ସମସ୍ତ ରାୟ ରଖାଯାଇଥିଲା , ଯାହା ଜଳିପୋଡ଼ି ପାଉଁଶ ହୋଇଯାଇଛି । ନେପାଳରେ ଏହି ହିଂସା ସାରା ଦୁନିଆକୁ ସ୍ତବ୍ଧ କରିଛି ।ଶାନ୍ତି ଫେରାଇ ଆଣିବାକୁ ସବୁଦେଶ ନିବଦେନ କରିଛନ୍ତି ।