କନକ ବ୍ୟୁରୋ : ସୋସିଆଲ ମିଡିଆ ବ୍ୟାନକୁ ନେଇ ନେପାଳରେ ବଡ଼ ବିକ୍ଷୋଭ । ପ୍ରତିବାଦ ସମୟରେ ୨୦ ଜଣଙ୍କ ମୃତ୍ୟୁ, ୩୦୦ ରୁ ଅଧିକ ଆହତ ପରେ ସରକାରଙ୍କ ପଛଘୁଞ୍ଚା । କ୍ୟାବିନେଟ୍ ବୈଠକ ଡାକି ନିଷ୍ପତ୍ତି ପ୍ରତ୍ୟାହାର କରିଛନ୍ତି ସରକାର । ଫେସବୁକ୍, ମେସେଞ୍ଜର, ଇନଷ୍ଟାଗ୍ରାମ, ୟୁଟ୍ୟୁବ୍, ହ୍ୱାଟସଆପ୍ ସହ ୨୬ ଆପ୍ ବ୍ୟାନ୍ କରିଥିଲେ ସରକାର । ସ୍କୁଲ ଓ କଲେଜରେ ପଢ଼ୁଥିବା ଯୁବପିଢ଼ି ଅଚାନକ ରାସ୍ତାକୁ ଓହ୍ଲାଇଆସିଲେ । ସୋସିଆଲ ମିଡିଆ ବ୍ୟାନ୍ କରି ଯୁବପିଢ଼ିଙ୍କ ସ୍ବର ଚପାଇବାକୁ ସରକାର ଉଦ୍ୟମ କରୁଥିବା ଅଭିଯୋଗ କରିଥିଲେ । ସରକାର ଦୁର୍ନୀତିରେ ବୁଡ଼ି ରହିଥିବା ବେଳେ ଏବେ ସୋସିଆଲ ମିଡିଆ ବ୍ୟାନ୍ କରି ଅରାଜକତା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । କେବଳ ସୋସିଆଲ ମିଡିଆରେ ବ୍ୟାନ୍ ଲାଗିବା ଯୋଗୁ ନୁହେଁ ବରଂ ସରକାରଙ୍କ ବିଫଳତାକୁ ନେଇ ଯୁବପିଢ଼ିଙ୍କ ବିଦ୍ରୋହ ଯୋଗୁ ଓଲି ସରକାର ବ୍ୟାକଫୁଟ୍କୁ ଚାଲିଯାଇଥିବା କୁହାଯାଉଛି । ଯେଉଁଥିପାଇଁ ଆନ୍ଦୋଳନ ବନ୍ଦ କରିବା ସହ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ମାତ୍ର ୪ଘଣ୍ଟାର ଆନ୍ଦୋଳନରେ ଆଣ୍ଠେଇ ପଡ଼ିଥିବା ସରକାର ଗୁଳି ଚଳାଇଥିଲେ। ପୁଲିସ-ଜନତା ସଂଘର୍ଷରେ ୨୦ ଜଣଙ୍କ ଜୀବନ ଯାଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଛନ୍ତି । ଗତ ଗୁରୁବାର ଅନୁଷ୍ଠିତ ବୈଠକରେ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ପୃଥ୍ୱୀ ସୁବ୍ବା ଗୁରୁଙ୍ଗ, ମନ୍ତ୍ରାଳୟର ଅଧିକାରୀ, ନେପାଳ ଟେଲିକମ୍ୟୁନିକେସନ୍ କର୍ତ୍ତୃପକ୍ଷଙ୍କ ପ୍ରତିନିଧି, ଟେଲିକମ୍ ଅପରେଟର ଏବଂ ଇଣ୍ଟରନେଟ୍ ସେବା ପ୍ରଦାନକାରୀମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ସମସ୍ତ ଅଣପଞ୍ଜିକୃତ ପ୍ଲାଟଫର୍ମଗୁଡ଼ିକୁ ତୁରନ୍ତ ପ୍ରଭାବରୁ ନିଷିଦ୍ଧ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଫେସବୁକ୍, ହ୍ଵାଟ୍ସଆପ୍ ଓ ଏକ୍ସ ଭଳି ଲୋକପ୍ରିୟ ପ୍ଲାଟଫର୍ମ ପଞ୍ଜିକୃତ ନହୋଇଥିବାରୁ ଏଗୁଡ଼ିକ ଉପରେ ନିଷେଧାଦେଶ ଜାରି ହୋଇଥିଲା ।
୨୬ ଆପ୍ ବ୍ୟାନକୁ ନେଇ ନେପାଳରେ ବଡ଼ ବିକ୍ଷୋଭ : ୨୦ ଜଣଙ୍କ ମୃତ୍ୟୁ, ୩୦୦ ରୁ ଅଧିକ ଆହତ
ଫେସବୁକ୍, ମେସେଞ୍ଜର, ଇନଷ୍ଟାଗ୍ରାମ, ୟୁଟ୍ୟୁବ୍, ହ୍ୱାଟସଆପ୍ ସହ ୨୬ ଆପ୍ ବ୍ୟାନ୍ କରିଥିଲେ ସରକାର । ସ୍କୁଲ ଓ କଲେଜରେ ପଢ଼ୁଥିବା ଯୁବପିଢ଼ି ଅଚାନକ ରାସ୍ତାକୁ ଓହ୍ଲାଇଆସିଲେ ।
/kanak/media/media_files/2025/09/09/nepal-2025-09-09-07-52-20.jpg)