ଦେଶ ଛାଡ଼ି ପଳାଇବେ ନେପାଳ ପ୍ରଧାନମନ୍ତ୍ରୀ ! ୩ ମନ୍ତ୍ରୀ ଦେଲେଣି ଇସ୍ତଫା , ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

 ସୋସିଆଲ ମିଡିଆ ଉପରେ ବ୍ୟାନ୍ ହଟିବା ପରେ ବି ନେପାଳରେ ଥମୁନି ହିଂସା । ଏହା ଭିତରେ ଇସ୍ତଫା ଦେଇସାରିଲେଣି ୩ ମନ୍ତ୍ରୀ । ଅନ୍ୟପଟେ ଦେଶ ଛାଡ଼ି ପଳାଇବାକୁ ସଜ ହେଲେଣି ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।

36

କନକ ବ୍ୟୁରୋ: ସୋସିଆଲ ମିଡିଆ ଉପରେ ବ୍ୟାନ୍ ହଟିବା ପରେ ବି ନେପାଳରେ ଥମୁନି ହିଂସା । ଏହା ଭିତରେ ଇସ୍ତଫା ଦେଇସାରିଲେଣି ୩ ମନ୍ତ୍ରୀ । ଅନ୍ୟପଟେ ଦେଶ ଛାଡ଼ି ପଳାଇବାକୁ ସଜ ହେଲେଣି ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।

ନେପାଳରେ ସୋମବାର ଦିନସାରା ବିରୋଧ ଓ ହିଂସା ଚାଲିଥିଲା, ଯାହା ଉପରେ ସାରା ଦୁନିଆର ଧ୍ୟାନ ଥିଲା । କାଠମାଣ୍ଡୁ ରାଜରାସ୍ତାରେ ଯୁବଗୋଷ୍ଠୀ ନାରା ଦେଇ ଭଙ୍ଗାରେଜା କଲେ ।ଏହାକୁ ନିୟନ୍ତ୍ରଣ କରିବାକୁ ବଳ ପ୍ରୟୋଗ କଲା ପୁଲିସ। ଏଥିରେ ରକ୍ତପାତ ହେଲା ,ଚାଲିଗଲା ୨୦ ଜୀବନ । ଅନେକ ରକ୍ତାକ୍ତ ହେଲେ । ଏସବୁକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ବୈଠକ ଡାକିବା ସହ ସୋସିଆଲ ମିଡିଆ ଉପରେ ବ୍ୟାନ୍ ଉଠାଇବାକୁ ଘୋଷଣା କଲେ ସରକାର  । ତଥାପି  ବିକ୍ଷୋଭକାରୀଙ୍କ ମନ ଭରିଲାନି ଯେ, ସଂସଦକୁ ଘେରି ବିଦ୍ରୋହ ଜାରି ରଖିଛନ୍ତି । ଏହାପରେ ଏବେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଦେଶ ଛାଡ଼ି ପଳାଇବାକୁ ସଜ ହେଉଥିବା ଚର୍ଚ୍ଚା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe