କନକ ବ୍ୟୁରୋ : ସେନା ନିୟନ୍ତ୍ରଣକୁ ନେପାଳ ଆସିବା ପରେ ସ୍ବାଭାବିକ ହେଉଛି ହିଂସା ସ୍ଥିତି । କାଠମାଣ୍ଡୁ ସମେତ ବିଭିନ୍ନ ସମ୍ବେଦନଶୀଳ ଜାଗାକୁ ଚାରିଆଡୁ ଜଗିଛି ନେପାଳ ସେନା । ରାସ୍ତା ଯେ କେହିବି ଆନ୍ଦୋଳନ କରିବାକୁ ଆସୁଛି ସିଧା ଗିରଫ କରାଯାଉଛି । ବର୍ତ୍ତମାନ ସୁଦ୍ଧା ହିଂସାରେ ୨୩ଜଣଙ୍କ ମୃତ୍ୟୁ ହେବା ସହ ଶତାଧିକ ଉପଦ୍ରବୀଙ୍କୁ ଗିରଫ କରାଯାଇଛି । ତେବେ ନଜର ପକାଇବା ନେପାଳ ହିଂସା ସମ୍ବନ୍ଧିତ କିଛି ବଡ ଅପଡେଟ ଉପରେ
ବିରୋଧରେ ନିଆଁରେ ଜଳିଲା ନେପାଳ
-୪୮ ଘଣ୍ଟା ପରେ ସ୍ବାଭାବିକ ହୋଇଛି କାଠମାଣ୍ଡୁ ବିମାନବନ୍ଦର
-କିନ୍ତୁ ଭାରତ ଓ ନେପାଳ ମଧ୍ୟରେ ବିମାନ,ରେଳ ଓ ବସ ସେବା ବନ୍ଦ
-ଉତ୍ତରପ୍ରଦେଶ,ବିହାର ସୀମାରେ ହାଇଆଲର୍ଟ
-ଉଦ୍ଧାର ପାଇଁ ସରକାରଙ୍କୁ ଭାରତୀୟ ପର୍ଯ୍ୟଟକଙ୍କ ଅପିଲ
-ହିଂସାରେ ନେପାଳରେ ବ୍ୟାପକ କ୍ଷତି
-ସବୁଠୁ ଅଧିକ କ୍ଷତି ସହିଛନ୍ତି ନେତା,ମନ୍ତ୍ରୀ
-ଘର ଭିତରୁ ମିଳିଲା ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କ ଝିଅଙ୍କ ମୃତଦେହ
-ପ୍ରଦର୍ଶନକାରୀ ଜାଳିଦେଲେ ୩ଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ
-ଗୁରୁତର ଅବସ୍ଥାରେ ଅର୍ଥମନ୍ତ୍ରୀ, ବିଦେଶ ମନ୍ତ୍ରୀଙ୍କ ଚାଲିଛି ଚିକିତ୍ସା
ସେପଟେ ନେପାଳ ରାଜନିତୀରେ ନୂଆ ମୋଡ଼ । ହିଂସା ଓ ଅସ୍ଥିରତା ଭିତରେ ଦେଶ କିଏ ସମ୍ଭାଳିବ? ଏହାକୁ ନେଇ ଜେନ୍-ଜି ଯୁବକମାନଙ୍କ ଏକ ଭର୍ଚୁଆଲ ବୈଠକ କରିଥିଲେ ଏବଂ ଏଥିରେ ୫,୦୦୦ରୁ ଅଧିକ ଯୁବକ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଲା କାର୍କୀଙ୍କୁ ସର୍ବାଧିକ ସମର୍ଥନ ମିଳିଛି । କାଠମାଣ୍ଡୁ ମେୟର ବାଲେନ୍ ଶାହ୍, ଯାହାଙ୍କୁ ଜେନ୍-ଜିର ପୋଷ୍ଟର୍ ଲିଡର୍ କୁହାଯାଏ, ତାଙ୍କୁ ନେଇ କୌଣସି ପ୍ରତିକ୍ରିୟା ଦେଖାଇନାହାନ୍ତି ଜେନ୍-ଜି ।
ଜେନ୍-ଜିଙ୍କ ପସନ୍ଦ ସୁଶୀଲା
-ସୁଶୀଲା କାର୍କୀ ୨୦୧୬ରେ ନେପାଳର ପ୍ରଥମ ମହିଳା ମୁଖ୍ୟ ବିଚାରପତି
-ଶିକ୍ଷକରୁ ସୁପ୍ରିମ୍ କୋର୍ଟର ଜଜ୍ ହୋଇଥିଲେ
-୨୦୦୬ରେ ସଂବିଧାନ ମସୋଦା କମିଟିର ସଦସ୍ୟ, ୨୦୦୯ରେ ଆଡ୍-ହକ୍ ଜଜ୍ ଓ ୨୦୧୦ରେ ସ୍ଥାୟୀ ଜଜ୍
-ବାରାଣସୀ ବିଏଚୟୁରୁ ରାଜନୈତିକ ବିଜ୍ଞାନରେ ପୋଷ୍ଟ୍ ଗ୍ରାଜୁଏଟ୍ ଡିଗ୍ରୀ
-ଅନଲାଇନ ଭୋଟିଂରେ , ସୁଶୀଲାଙ୍କୁ ସର୍ବାଧିକ ଭୋଟ୍ ମିଳିଛି