କନକ ବ୍ୟୁରୋ : ନେପାଳରେ ଜେନ୍-ଜି ଆନ୍ଦୋଳନ ଚାପରେ ସେପ୍ଟେମ୍ବର ୯ ତାରିଖରେ ପ୍ରଧାନମନ୍ତ୍ରୀ କେ.ପି ଓଲି ପଦରୁ ଇସ୍ତଫା ଦେଇଥିଲେ । ଭ୍ରଷ୍ଟାଚାର ଓ ପରିବାରବାଦ ବିରୋଧରେ ସଡ଼କକୁ ଓହ୍ଲାଇ ଥିବା ଜନସମୁଦ୍ର ଦେଖି ନେପାଳ ସରକାରଙ୍କ ହୋଷ ଉଡ଼ିଯାଇôଲା । ଏହାପରେ ନେପାଳର ପ୍ରଧାନମନ୍ତ୍ରୀଙ୍କ ସହ ଅନ୍ୟ କିଛି ଶ୍ରେଷ୍ଠ ନେତୃତ୍ୱ ସେନା ବିମାନରେ ଦେଶ ଛାଡ଼ି ପଳାଇଥିଲେ । ହେଲେ ଦେଶଛାଡ଼ି ପଳାଇବାର ୧୦ ଦିନ ପରେ କେ.ପି ଓଲି ଦେଖିବାକୁ ମିଳିଛନ୍ତି ।
ସେପ୍ଟେମ୍ବର ୧୦ ତାରିଖରେ ଓଲି ସେନା ବିମାନରେ ଭକ୍ତପୁର ଚାଲିଯାଇଥିଲେ । ସେଠାରେ ତାଙ୍କ ପାଇଁ ଏକ ଭଡ଼ାଘର ବ୍ୟବସ୍ଥା କରାଯାଇଛି । ଅର୍ଥାତ ଓଲି ଏବେ ନିଜ ଦେଶର ଭକ୍ତପୁର ସହରରେ ରହୁଛନ୍ତି । ସେପଟେ ନେପାଳ ପ୍ରଧାନମନ୍ତ୍ରୀ ଗାଦି ଛାଡ଼ି ପଳାଇବା ପରେ ବିକ୍ଷୋଭକାରୀମାନେ ସରକାରୀ ବାସଭବନରୁ ନେଇ ପୈତୃକ ବାସଭବନ ପର୍ଯ୍ୟନ୍ତ ସବୁ ଜାଳିପୋଡ଼ି ଛାରଖାର କରିଦେଇଥିଲେ ।
ଓଲି ନୂଆ ଭଡ଼ାଘରେ ପହଂଚିବା ପରେ ସେଠାରେ ଥିବା କିଛି ସମର୍ଥକ ତାଙ୍କୁ ସ୍ୱାଗତ କରିଥିଲେ । ଅନ୍ୟପଟେ କେ.ପି ଶର୍ମା ଓଲି ଯିବା ପରେ ତାଙ୍କ ସ୍ଥାନରେ ପୂର୍ବତନ ବିଚାରପତି ସୁଶୀଳା କାର୍କିଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି ।
ଏସବୁ ଭିତରେ ନେପାଳରେ ଜେନ୍-ଜି ଆନ୍ଦୋଳନ ଏବେ ସାରା ବିଶ୍ୱରେ ଏକ ଆନ୍ଦୋଳନର ରୂପ ନେବାକୁ ଯାଉଥିବା ଭଳି ଦେଖାଦେଇଛି । ଭାରତ ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଗତକାଲି ଦେଇଥିବା ଏକ ବୟାନକୁ ନେଇ ଆଜି ଭାରତର ସବୁ ଗଣମାଧ୍ୟମ ଏହା ଉପରେ ଆଲୋଚନା ଜାରି ରଖିଛନ୍ତି । ଭାରତରେ ବି ଜେନ୍-ଜି ଆନ୍ଦୋଳନ ମୁଣ୍ଡ ଟେକୁଥିବା କିଛି ବିଶେଷଜ୍ଞ ମତ ଦେଇଛନ୍ତି ।
Follow Us