ଇଣ୍ଡିଆନ ଆର୍ମିରେ ଭର୍ତ୍ତି ହେବା ପାଇଁ ବ୍ୟାକୁଳ ନେପାଳର ଯୁବକ ।  ହେଲେ କାହିଁକି .. ?

Advertisment

ଇଣ୍ଡିଆନ ଆର୍ମିରେ ଭର୍ତ୍ତି ହେବା ପାଇଁ ବ୍ୟାକୁଳ ପଡୋଶୀ ଦେଶର ଯୁବକ । କହୁଛନ୍ତି ଏହା ଆମର ସ୍ବପ୍ନ ।

Updated On

ଇଣ୍ଡିଆନ ଆର୍ମିରେ ଭର୍ତ୍ତି ହେବା ପାଇଁ ବ୍ୟାକୁଳ ପଡୋଶୀ ଦେଶର ଯୁବକ । କହୁଛନ୍ତି ଏହା ଆମର ସ୍ବପ୍ନ ।

ଅଦ୍ୟତନ ହୋଇଛି
army 44

Photograph: (kanaknews)

କନକ ବ୍ୟୁରୋ: ଭାରତର ପ୍ରତ୍ୟେକ ଯୁବକ ଚାହାଁନ୍ତି ଇଣ୍ଡିଆନ ଆର୍ମିରେ ଭର୍ତ୍ତି ହେବାକୁ । ଦେଶ ପାଇଁ ସେବା କରିବା ପାଇଁ । ଏମିତିରେ ବି ଇଣ୍ଡିଆନ ଆର୍ମିରେ ଭର୍ତ୍ତି  ହେବା ସବୁ ଭାରତୀୟ ଯୁବକଙ୍କ ସ୍ବପ୍ନ ଥାଏ ।  ଆଜି ବି ଭାରତର କୋଣ ଅନୁକୋଣରେ ଥିବା ଗାଁର ଯୁବକମାନେ ରାତି ଦିନ ନିଜକୁ ପ୍ରସ୍ତୁତ କରିଥାନ୍ତି ସେନାରେ ଯୋଗ ଦେବା ପାଇଁ ।  ଏହା ତ ଥିଲା ଭାରତର ଯୁବକଙ୍କ କଥା ଯେଉଁମାନେ କି ସେନାରେ ଯୋଗ ଦେବାକୁ ରାତି ଦିନ ପରିଶ୍ରମ କରି ଫିଟ୍‌ନେସ ଗଢୁଛନ୍ତି। କିନ୍ତୁ ପଡୋଶୀ ଦେଶ ର ଯୁବକମାନେ ଇଣ୍ଡିଆନ ଆର୍ମିରେ ଭର୍ତ୍ତି ହେବା ପାଇଁ ବ୍ୟାକୁଳ । ହଁ ନେପାଳର  ଯୁବକମାନେ ଭାରତୀୟ ସେନାରେ ଯୋଗ ଦେବା ପାଇଁ ନିଜକୁ ପ୍ରସ୍ତୁତ କରିବାରେ  ରାତିଦିନ ଏକ କରିଦେଉଛନ୍ତି । ନେପାଳର ଏହି ଯୁବକମାନ କାହିଁ କେବେଠୁ ନିଜକୁ ପ୍ରସ୍ତୁତ କରିବାରେ ଲାଗିଛନ୍ତି ।  ନେପାଳର  ଗୋରଖା ଯୁବକମାନଙ୍କ ସମ୍ପର୍କ ଇଣ୍ଡିଆନ ଆର୍ମି ସହ ବହୁତ ପୁରୁଣା । 

army 55

ଏକ ରିପୋର୍ଟ ଅନୁସାରେ ନେପାଳର ଏକ ଖେଳପଡିଆରେ ୬୦ ଯୁବକ ପ୍ରତିଦିନ ସକାଳେ ହାଡଭଙ୍ଗା ଶୀତରେ ଜମ୍ପିଙ୍ଗ କରୁଥିବା ଏବଂ ରଣହୁଙ୍କାର ଦେଉଥିବାର ରିପୋର୍ଟରେ ପ୍ରକାଶିତ। ଏହି ଯୁବକମାନଙ୍କୁ ତାଙ୍କ ଟ୍ରେନର ଗୋରଖାରେ ଭର୍ତ୍ତି ପାଇଁ ଟ୍ରେନ୍‌ କରାଉଛନ୍ତି ।  

ARMY

ସେହିପରି ମଧ୍ୟ ନେପାଳ ପ୍ରଶିକ୍ଷଣ ନେଉଥିବା ଯୁବକମାନଙ୍କ ମଧ୍ୟରୁ ଜଣେ ଯୁବକ କହିଛନ୍ତି  ବ୍ରିଟିଶ୍‌ ସେନାରେ  ଟ୍ରେନିଂ ନେବା ପୂର୍ବରୁ  ମୋର  ସ୍ବପ୍ନ ଥିଲା ଭାରତୀୟ ସେନାରେ  ସାମିଲ ହେବା ପାଇଁ । ଏହି ନେପାଳ ଯୁବକ ଜଣଙ୍କ ଭାରତୀୟ ସେନାକୁ  ଏତେ ମାତ୍ରାରେ ପସନ୍ଦ କରୁଛନ୍ତି ଯେ ସେ କହିଛନ୍ତି ହିନ୍ଦି ଫିଲ୍ମ ସେରଶାହା ଦେଖିବା ପରେ ମୋତେ ଭାରତୀୟ ସେନା ପ୍ରତି ଆହୁରି ଭଲପାଇବା ବଢିଥିଲା।   
 

indian ନେପାଳର ଏହି ଯୁବକ ମାନେ ବର୍ତ୍ତମାନ ଟ୍ରେନିଂ ନେଉଛନ୍ତି । ଟ୍ରେନିଂ ସରିବା ପରେ ତାଙ୍କୁ ସିଙ୍ଗାପୁର କିମ୍ବା ବ୍ରିଟିସ୍‌ ସେନାରେ ଭର୍ତ୍ତି କରାଯିବ । ଯାହାକୁ ନେଇ ସେମାନେ ଦୁଃଖ ପ୍ରକାଶ କରିଛନ୍ତି । କାରଣ ନେପାଳ ସରକାର ଭାରତର ନିଯୁକ୍ତି ନିୟମର ପରିବର୍ତ୍ତନକୁ ବିରୋଧ କରି 2022 ମସିହାରେ ଗୋରଖା ନିଯୁକ୍ତି ପ୍ରକ୍ରିୟାକୁ  ନିଲମ୍ବିତ କରିଦେଇଛନ୍ତି ।  ଯାହାଦ୍ବାରା  ଗୋରୋଖା ଭର୍ତ୍ତି ପ୍ରକ୍ରିୟାକୁ ନିଲମ୍ବିତ କରିଦେଇଛନ୍ତି  ସରକାର ।

indian army 33

 ଯୁବକମାନଙ୍କ କହିବା କଥା ଯେ,  ଏହା  ଆମ ପାଇଁ ବହୁତ ଦୁଃଖଦ ସମୟ । ଯଦି ଆାମେ ପୂର୍ବରୁ ସିଙ୍ଗାପୁର କି ବ୍ରିଟିସ୍‌ ସେନାରେ ଭର୍ତ୍ତି ହୋଇନଥାନ୍ତୁ ଆମ ପାଖରେ ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ ବିକଳ୍ପ ଥାଆନ୍ତି । ଏବେ ଏହି ଯୁବକମାନଙ୍କର ଗୋଟିଏ ଆଶା ଯେ ଭାରତ ତାର ନିୟମରେ ପରିବର୍ତ୍ତନ ଆଣିବ । ଯାହାଦ୍ବାରା ଆମମାନଙ୍କ ମଧ୍ୟରୁ  କିଛି ଯୁବକ  ସାହାଯ୍ୟ ମିଳିବ । ଆଉ ଆମ ସ୍ବପ୍ନ ସତ ହେବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe