ଏଣିକି ମାଉଣ୍ଟ ଏଭରେଷ୍ଟ ଚଢିବା ପାଇଁ ସାଙ୍ଗରେ ନେବାକୁ ପଡିବ ଟଙ୍କାର ଗାଡି । ଜାଣନ୍ତୁ ପୂରା ଖବର...

Advertisment

ପର୍ବତ୍ତାରୋହୀଙ୍କ ପାଇଁ ବଡ ଖବର । ଏଣିକି ମାଉଣ୍ଟ ଏଭରେଷ୍ଟରେ ଚଢିବାକୁ ହେଲେ ସାଙ୍ଗରେ ଟଙ୍କାର ଗାଡି ନେବାକୁ ପଡିବ । କଥାଟା ଅଡୁଆ ଲାଗୁଥିବ ନିଶ୍ଚୟ ।

ପର୍ବତ୍ତାରୋହୀଙ୍କ ପାଇଁ ବଡ ଖବର । ଏଣିକି ମାଉଣ୍ଟ ଏଭରେଷ୍ଟରେ ଚଢିବାକୁ ହେଲେ ସାଙ୍ଗରେ ଟଙ୍କାର ଗାଡି ନେବାକୁ ପଡିବ । କଥାଟା ଅଡୁଆ ଲାଗୁଥିବ ନିଶ୍ଚୟ ।

mount-everest

mount-everest Photograph: (kanaknews)

କନକ ବ୍ୟୁରୋ : ପର୍ବତ୍ତାରୋହୀଙ୍କ ପାଇଁ ବଡ ଖବର । ଏଣିକି ମାଉଣ୍ଟ ଏଭରେଷ୍ଟରେ ଚଢିବାକୁ ହେଲେ ସାଙ୍ଗରେ ଟଙ୍କାର ଗାଡି ନେବାକୁ ପଡିବ । କଥାଟା ଅଡୁଆ ଲାଗୁଥିବ ନିଶ୍ଚୟ । କିନ୍ତୁ ବାସ୍ତବ କଥା ଜାଣିଲେ ଆପଣ ବି କହିବେ ସତରେ ମାଉଣ୍ଟ ଏଭରେଷ୍ଟ ଚଢିବା ଆଗରୁ ପାଖରେ ଟଙ୍କାର ପାହାଡ ଛିଡା କରିବା ଆବଶ୍ୟକ ପଡିବ । 

ବର୍ତ୍ତମାନ ମାଉଣ୍ଟ ଏଭରେଷ୍ଟରେ ଚଢିବା ପାଇଁ ହେଲେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । କାରଣ ନେପାଳ ସରକାର ମାଉଣ୍ଟ ଏଭରେଷ୍ଟ ଚଢିବା ପାଇଁ ୩୬ ପ୍ରତିଶତ ପରମିଟ୍ ଫିସ୍ ବଢାଇଦେଇଛନ୍ତି । ଏହାଛଡା ମାଉଣ୍ଟ ଏଭରେଷ୍ଟ ଉପରେ ଅଳିଆ ଆବର୍ଜନା ନକରିବା ପାଇଁ ମଧ୍ୟ କଠୋର ପଦକ୍ଷେପ ଆପଣାଇଛନ୍ତି ନେପାଳ ସରକାର । ପୂର୍ବରୁ ଏଭରେଷ୍ଟ ଚଢିବା ପାଇଁ ୧୧ ହଜାର ଆମେରିକି ଡଲାର୍ ଦେବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ ଏହି ଫିସକୁ ନେପାଳ ସଲରକାର ବଢାଇ ୧୫ହଜାର ଡଲାର କରିଦେଇଛନ୍ତି । ଯଦି ଭାରତୀୟ ମୁଦ୍ରା ହିସାବରେ ଦେଖାଯାଏ ତେବେ ପୂର୍ବରୁ ଏଭରେଷ୍ଟ ଚଢିବା ପାଇଁ ୮ଲକ୍ଷ ୮୦ ହଜାର ଟଙ୍କା ଦେବାକୁ ପଡୁଥିଲା କିନ୍ତୁ ଏବେ ଏହା ୧୨ଲକ୍ଷ ଟଙ୍କାକୁ ବଢିଯାଇଛି । ନୂଆ ବ୍ୟବସ୍ଥା ଆସନ୍ତା ସେପ୍ଟେମ୍ବର ମାସରୁ ଲାଗୁ ହେବାକୁ ଯାଉଛି । 

କେବଳ ଏତିକି ନୁହେଁ ମାଉଣ୍ଟ ଏଭରେଷ୍ଟ ଚଢିବା ପାଇଁ ଅଲଗା ଅଲଗା ସିଜିନରେ ଅଲଗା ଅଲଗା ପରମିଟ୍ ଫିସ୍ ଦେବାକୁ ପଡିବ । ଯଥା, ସେପ୍ଟେମ୍ୱରରୁ ନଭେମ୍ୱର ମଧ୍ୟରେ ଏଭରେଷ୍ଟ ଚଢିଲେ ୭୫୦୦ ଆମେରିକି ଡଲାର ଦେବାକୁ ପଡିବ । ଅର୍ଥା ପୂର୍ବ ଅପେକ୍ଷା ୧ଲକ୍ଷ ୬୦ ହଜାର ଟଙ୍କା ବଢାଇଦିଆଯାଇଛି । ସେହିପରି ଡିସେମ୍ବରରୁ ଫେବ୍ରୁଆରୀ ଏବଂ ଜୁନରୁ ଅଗଷ୍ଟ ମଧ୍ୟରେ ଏଭରେଷ୍ଟ ଚଢିଲେ ପ୍ରତି ବ୍ୟକ୍ତିଙ୍କ ପରମିଟ୍ ଫି ୩.୭୫୦ ଡଲାର ଦେବାକୁ ପଡିବ । ଏହାଛଡା ଏଭରେଷ୍ଟ ଚଢିବା ପାଇଁ ୭୫ଦିନ ପରମିଟ୍ ବଦଳରେ ୫୫ଦିନ କରିଦିଆଯାଇଛି । ତେବେ ନେପାଳ ସରକାରଙ୍କ ଏହି ବ୍ୟବସ୍ଥା ପର୍ବତ୍ତାରୋହୀଙ୍କୁ ନିରାଶ କରିବ ନିଶ୍ଚୟ । କାହିଁକି ନା ଯଦି କୌଣସି ବ୍ୟକ୍ତି ଏଭରେଷ୍ଟ ଚଢିବା ପାଇଁ ଚାହୁଁଥିବେ କିନ୍ତୁ ଟଙ୍କା ଅଭାବରୁ ତାଙ୍କ ସ୍ବପ୍ନ ସ୍ବପ୍ନରେ ରହିଯିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe