କନକ ବ୍ୟୁରୋ: ନେପାଳରେ ସ୍ଥିତି ଅସମ୍ଭାଳ । ସୂଚନା ଅନୁସାରେ, ସଂସଦକୁ ଘେରିଛନ୍ତି ପ୍ରଦର୍ଶନକାରୀ । ଏହା ଭିତରେ ସେମାନେ ଅର୍ଥମନ୍ତ୍ରୀଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଓଲି ଇସ୍ତଫା ଦେବା ପରେ ତାଙ୍କୁ ଅଜଣା ଜାଗାରେ ଲୁଚାଇରଖିଛି ସେନା । ହେଲେ ଏବେ ପ୍ରଧାନମନ୍ତ୍ରୀଙ୍କୁ ବି ଖୋଜୁଛନ୍ତି ବିଦ୍ରୋହୀ ।
କୁହାଯାଉଛି , ଶହଶହ ପ୍ରଦର୍ଶନକାରୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଧସେଇ ପଶିବା ପରେ ପଦରୁ ଇସ୍ତଫା ଦେଇଛନ୍ତି କେପି ଶର୍ମା ଓଲି । ରାଷ୍ଟ୍ରପତିଙ୍କୁ ନିଜ ଇସ୍ତଫାପତ୍ର ଦେଇଛନ୍ତି ଓଲି । ଶୁଣିବାକୁ ମିଳୁଛି ଦୁବାଇ ପଳାଇବାକୁ ପ୍ରସ୍ତୁତ ହେଉଛନ୍ତି ଓଲି । ଏଥିପାଇଁ ସ୍ବତନ୍ତ୍ର ଜେଟ୍ ମଧ୍ୟ ପ୍ରସ୍ତୁତ ଥିବା କୁହାଯାଉଛି । ଅନ୍ୟପଟେ ରାଷ୍ଟ୍ରପତିଙ୍କ ଘରେ ବିଦ୍ରୋହୀ ନିଆଁ ଲଗାଇଦେଇଥିବା ଜଣାପଡ଼ିଛି ।