କନକ ବ୍ୟୁରୋ :ଗଣଶିକ୍ଷା ବିଭାଗରେ ଲାଗୁ ହେଲା ଜାତୀୟ ଶିକ୍ଷା ନୀତି-୨୦୨୦ । ଉଚ୍ଚ ଶିକ୍ଷା ପରେ ଏବେ ଗଣଶିକ୍ଷା ବିଭାଗରେ ଏନଇପି ଲାଗୁ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି । ଶିକ୍ଷା ବିଭାଗକୁ ସୁଦୃଢ଼ କରିବା ପାଇଁ ଏହି ନିଷ୍ପତ୍ତି ହୋଇଛି । ୧୦,+୨ ଢାଞ୍ଚାରେ ପରିବର୍ତ୍ତନ କରାଯାଇ, ୫,+୩,+୩,+୪ ଢାଞ୍ଚାରେ ପାଠ ପଢିବା ଉପରେ ଗୁରୁତ୍ବ । ଏହି ନୂଆ ଶିକ୍ଷା ନୀତି ଅନୁସାରେ ୩ ବର୍ଷରୁ ପିଲା ସ୍କୁଲ ଯିବେ । ୩ ବର୍ଷରୁ ଅଙ୍ଗନୱାଡି ଯାଇ ପାଠ ପଢିବେ । ୩ରୁ ୬ ବର୍ଷ ପିଲା ଅଙ୍ଗନୱାଡି, ପ୍ରି-ସ୍କୁଲ, ବାଳବାଟିକା ପଢିବେ । ୬ରୁ ୮ ବର୍ଷ ପ୍ରଥମ, ଦ୍ବିତୀୟ ଶ୍ରେଣୀରେ ପଢିବେ । ଏହାପରେ ତୃତୀୟରୁ ପଞ୍ଚମ ୩ ବର୍ଷ ପ୍ରିପେୟାରେଟୋରୀ ପାଠପଢା । ଷଷ୍ଠରୁ ଅଷ୍ଟମ, ତିନି ବର୍ଷ ମିଡିଲ୍ ସ୍କୁଲ ପାଠ ପଢା । ପରେ ନବମରୁ ଦ୍ବାଦଶ ସେକେଣ୍ଡାରୀ ଶ୍ରେଣୀରେ ପାଠ ପଢିବେ । ଜାତୀୟ ଶିକ୍ଷା ନୀତି ଅନୁସାରେ ୧୮ ବର୍ଷରେ ଦ୍ବାଦଶ ପାସ୍ କରିବେ ଛାତ୍ରଛାତ୍ରୀ । ସେହିପରି ଆଞ୍ଚଳିକ ଭାଷାରେ ପାଠ ପଢାଇବାକୁ ଗୁରୁତ୍ବ ଦିଆଯିବ । ଉପଯୁକ୍ତ ତାଲିମ ପ୍ରାପ୍ତ ଶିକ୍ଷକଙ୍କୁ ଦିଆଯିବ ନିଯୁକ୍ତି ।
ଗଣଶିକ୍ଷା ବିଭାଗରେ ଏନଇପି-୨୦୨୦ ଲାଗୁ । ଶୈକ୍ଷିକ ଢାଞ୍ଚାରେ ହେବ ପରିବର୍ତ୍ତନ
ଗଣଶିକ୍ଷା ବିଭାଗରେ ଲାଗୁ ହେଲା ଏନଇପି ୨୦୨୦ । ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାରେ ହେବ ସହାୟକ । ଶୈକ୍ଷିକ ଢାଞ୍ଚାରେ ହେବ ପରିବର୍ତ୍ତନ ।
/kanak/media/media_files/2025/01/15/aFo4c26rm2DMA2txVRnt.jpg)